ହାଟଡ଼ିହି,୨୧ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବଞ୍ଚୋ ଗ୍ରାମରେ ବିଷାକ୍ତ ଛତୁଖାଇ ୨ଟି ପରିବାରର ୮ ଜଣ ଅସୁସ୍ଥ ହୋଇଥିବା ଜଣାଯାଇଛି । ସମସ୍ତଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବରରୁ ଜଣାଯାଇଛି ଯେ ବଞ୍ଚୋ ଗ୍ରାମର ବେହେରା ସାହିର ଅର୍ଜୁନ ଜେନା ଓ ବୈରାଗୀ ସ୍ୱାଇଁ ପରିବାର ଲୋକେ ଆଜି ବାଡିରେ ଫୁଟୁଥିବା ଗର୍ଜନ ଛତୁ ଆଣି ଘରେ ରୋଷେଇକରି ଖାଇଥିଲେ । ଖାଇବାର କିଛି ସମୟ ପରେ ସମସ୍ତେ ଅସୁସ୍ଥ ହେବାରୁ ସେମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ଜଣାଯାଇଛି ।