Home ଜିଲ୍ଲା ପରିକ୍ରମା ବିଷଧର ସର୍ପ ଦଂଶନରେ ବୃଦ୍ଧା ମୃତ; ସର୍ପ ଉଦ୍ଧାର

ବିଷଧର ସର୍ପ ଦଂଶନରେ ବୃଦ୍ଧା ମୃତ; ସର୍ପ ଉଦ୍ଧାର

165

ଭଦ୍ରକ, ୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଯଶୋଟିକିରି ଗ୍ରାମର ଜଣେ ବୃଦ୍ଧାଙ୍କୁ ବିଷଧର ସର୍ପ ଦଂଶନ କରିବାରୁ ମୃତ୍ୟୁବରଣ କରିଥିବା ଜଣାଯାଇଛି । ଗ୍ରାମର ଦାମୋଦର ମହାରଣାଙ୍କ ପତ୍ନୀ ଚମ୍ପାମଣି(୭୦) ବାଡି ନଳକୂପରୁ ସ୍ନାନସାରି ଫେରୁଥିବା ବେଳେ ଓଳି ନିକଟରୁ ଏକ ବିଷଧର ସର୍ପ ଆସି ଦଂଶନ କରିଥିଲା । ଓଳିରେ ଥିôବା ଅଳିଆ କାଠ ଭିତରେ ଥିବା ସାପଟି ଏକ ବେଙ୍ଗ ଗିଳିଥିଲା । ବେଙ୍ଗଟି କୌଣସି ମତେ ସାପ କବଳରୁ ଖସିଆସିଥିଲା । ଏହି ସମୟରେ ଚମ୍ପାମଣି ସେହି ବାଟଦେଇ ଯାଉଥିବା ବେଳେ ସାପ ଦଂଶନ କରିଥିଲା । ସଙ୍ଗେ ସଙ୍ଗେ ଚମ୍ପାମଣି ସଂଜ୍ଞାହୀନ ହୋଇପଡିଥିଲେ । ଗ୍ରାମବାସୀମାନେ ଚମ୍ପାମଣିଙ୍କୁ ଯାଜପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଉଥିବା ବେଳେ ବାଟରେ ମୃତ୍ୟୁବରଣ କରିଥିଲେ । ଯାଜପୁରଟାଉନ ଥାନାରେ ଅପମୃତ୍ୟୁ ମାମଲା ଋଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇଥିଲା । ଅପରାହ୍ନରେ ଶବ ସତ୍କାର କରାଯାଇଥିଲା । ଭଦ୍ରକରୁ ସ୍ନେକ ହେଲପଲାଇନର ମିର୍ଜ୍ଜା ଆସି ଘାତକ ସାପକୁ ଉଦ୍ଧାର କରିଥିଲେ । ଉଦ୍ଧାର ସାପ ନାଗୁଣୀ ଓ ତାହାର ଲମ୍ବ ପ୍ରାୟ ସାଢେଚାରି ଫୁଟ ହେବ । ଅଣ୍ଡା ଦେବା ପାଇ ସାପଟି ସେଠାରେ ଆଶ୍ରା କରିଥିଲା ବୋଲି ମିର୍ଜା ପ୍ରକାଶ କରିଛନ୍ତି । ମୃତ୍ୟୁବରଣ କରିଥିବା ଚମ୍ପାମଣିର ସାତଟି କନ୍ୟା ଅଛନ୍ତି ଓ ସେହି ପରିବାର ଅତ୍ୟନ୍ତ ଗରିବ । ଚାରୋଟି ଝିଅ ବିବାହ କରିଥିବା ବେଳେ ତନୋଟି ଝିଅ ଓ ସ୍ୱାମୀ ଅଛନ୍ତି । ଏହି ପରିବାରକୁ ସହାୟତା ଯୋଗାଇବାକୁ ପ୍ରଶାସନକୁ ଗ୍ରାମବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.