Home Top News ବିଶ୍ୱ ଯକ୍ଷ୍ମା ଦିବସ ଉପଲକ୍ଷେ ବାଲୁକା କଳାରେ ସଚେତନତା ବାର୍ତ୍ତା

ବିଶ୍ୱ ଯକ୍ଷ୍ମା ଦିବସ ଉପଲକ୍ଷେ ବାଲୁକା କଳାରେ ସଚେତନତା ବାର୍ତ୍ତା

102

ପୁରୀ ୨୪ -୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କର World TB Day ଉପଲକ୍ଷେ ପୁରୀ ବାଲିଆପଣ୍ଡା ଲାଇଟ ହାଉସ ନିକଟସ୍ଥ ବେଳା ଭୂମିରେ ଏ ବର୍ଷର ଥିମକୁ ଆଧାର କରି ସଚେତନତାର ବାର୍ତ୍ତା ଦେଇ ବାଲୁକା କଳା ନିର୍ମାଣ କରିଛନ୍ତି।

TB ରୋଗକୁ ନଡ଼ରି ଠିକ ସମୟରେ ତାର ଚିକିତ୍ସା କରାଇଲେ ଜଣେ ସମ୍ପୂର୍ଣ୍ଣ TB ରୋଗରୁ ମୁକ୍ତିଲାଭ ହୋଇପାରିବର ବାର୍ତ୍ତା ଦେଇ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ନିର୍ମାଣ କରିଛନ୍ତି। ଏହି ବାଲୁକା କଳାରେ TB ରୋଗ ଉପରେ କିପରି ରିସର୍ଚ୍ଚ କରି ମେଡିକାଲ ସାଇନ୍ସ ଏତେ ଡେଭଲପ ହୋଇପାରିଛି ଯେପରି ଜଣେ ବ୍ୟକ୍ତି TB ରୋଗରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇପାରୁଛିର ଦୃଶ୍ୟ ବାଲୁକା କଳାରେ ଦର୍ଶାଇଛନ୍ତି। ଏହି ବାଲୁକା କଳାଟି ୧୫ ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ ୧୫ ଟନ ବାଲି ଉପଯୋଗ କରାଯାଇଛି। ଏହି ବାଲୁକା କଳାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା ଏବଂ ଏଥିରେ ସେ ” Invest To End TB. SaveLives” and “World TB Day” ର ବାର୍ତ୍ତା ଦେଇଛନ୍ତି।

ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ, ପୁରୀ ର Dr. Sudarsan Pothal ଯିଏକି (Professor and HOD Respiratory Medicine) ରେ ମାନସ ସାହୁ ଙ୍କ ଆର୍ଟ କୁ ପରିଦର୍ଶନ କରିବା ସହିତ ଲୋକମାନଙ୍କୁ ଏ ବର୍ଷ ର ଥିମ ବିଷୟରେ ସଚେତନ କରାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.