Home ଜିଲ୍ଲା ପରିକ୍ରମା ବିଶ୍ୱ ମ୍ୟାଲେରିଆ ଦିବସ ଓ ଟିକାକରଣ ସପ୍ତାହ ପାଇଁ ବୈଠକ

ବିଶ୍ୱ ମ୍ୟାଲେରିଆ ଦିବସ ଓ ଟିକାକରଣ ସପ୍ତାହ ପାଇଁ ବୈଠକ

65

ନୟାଗଡ଼, ୨୫ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୨ ଉପରେ ଏକ ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ମକରନ୍ଦ ବେଉରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବେଉରା ପ୍ରଥମେ ସମସ୍ତଙ୍କୁ ସ୍ୱାଗତ କରିବା ସହ ଏ ବର୍ଷ ପାଇଁ ସ୍ୱାସ୍ଥ୍ୟ ଭିତିକ ବାର୍ତ୍ତା “ଅଭିନବ ପନ୍ଥା ଅନୁସରଣ କରି ମ୍ୟାଲେରିଆ ପ୍ରକୋପ କମାଇବା ଓ ଜୀବନ ରକ୍ଷା କରିବା” ପ୍ରକାଶ କରିଥିଲେ। ଡା.ବେଉରା ଏକ ପାଠ୍ୟକ୍ରମ ମାଧ୍ୟମରେ ମ୍ୟାଲେରିଆକୁ କିପରି ପ୍ରତିହତ କରାଯାଇପାରିବ ସେ ବିଷୟରେ ବୁଝାଇଥିଲେ। ସେ କହିଥିଲେ ଯେ, ଆମ ପରିବେଶକୁ ଆମେ ସଫା ରଖିବା, ମଶାରି ଟାଙ୍ଗି ଶୋଇବା, ଜ୍ୱର ହେଲେ ତୁରନ୍ତ ଆଶା, ଅଙ୍ଗନବାଡ଼ି ବା ଏ.ଏନ.ଏମ. ଦିଦିଙ୍କ ଦ୍ୱାରା ପରୀକ୍ଷା କରାଇ ଔଷଧ ସେବନ କରିବା ସହିତ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ତୃଣମୂଳସ୍ତରରେ ଲୋକମାନଙ୍କୁ ସଚେତନ କରାଇବା। ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡା. ସୁବାସ ଚନ୍ଦ୍ର ନାଏକ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା)ଡା. ଶରତ ଚନ୍ଦ୍ର ଦାଶ, ଡା. ତାରାକାନ୍ତ ତ୍ରିପାଠୀ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପୁଷ୍ପା ନିଳିମା ଲାକ୍ରା, ବ୍ଲଡ୍ ବ୍ୟାଙ୍କ ଅଧିକାରୀ ଡା. ଅଜୟ କୁମାର ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ, ସିଡିପିଓ ନୟାଗଡ଼ ଶ୍ରୀମତୀ ସନ୍ଧ୍ୟାଲକ୍ଷ୍ମୀ ଦାଶ ଆଜିର ଦିବସର ତାତ୍ପର୍ଯ୍ୟ ଉପରେ ସ୍ୱ ସ୍ୱ ମତ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ସଂଚାରଣ ଅଧିକାରିଣୀ ସ୍ମୃତିଲତା ବିଶ୍ୱାଳ ଏବଂ ଶ୍ରୀ ଆଲୋକ ପଟେଲ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଶାକର୍ମୀ, ଅଙ୍ଗନବାଡ଼ିକର୍ମୀ, ଶିଶୁକଲ୍ୟାଣ ବିଭାଗ ସୁପରଭାଇଜର ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ଶାଖାର କର୍ମକର୍ତାମାନେ ଏହି ବୈଠକରେ ଉପସ୍ଥିତ ଥିଲେ। ସେହିପରି ଭାବରେ ବିଶ୍ୱ ଟୀକାକରଣ ସପ୍ତାହ ତା. ୨୪.୦୪.୨୦୨୨ରିଖ ଠାରୁ ତା.୩୦.୦୪.୨୦୨୨ରିଖ ପର୍ଯ୍ୟନ୍ତ ପାଳନ ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏ ବର୍ଷ ପାଇଁ ବାର୍ତ୍ତା “ସମସ୍ତଙ୍କ ପାଇଁ ଦୀର୍ଘ ଜୀବନ କାମନା”। ଟୀକାକରଣ ଦ୍ୱାରା ସମସ୍ତ ରୋଗକୁ ରୋକାଯାଇପାରିବ। ଏହି ଟୀକାକରଣ ସପ୍ତାହ ପାଳନ ଅବସରରେ ପ୍ରଥମେ ଆମେ ଜନସାଧାରଣଙ୍କୁ ସଚେତନ କରାଇବା ଆମର ଲକ୍ଷ୍ୟ ହେବା ଉଚିତ୍ ବୋଲି ତା. ବେଉରା ପ୍ରକାଶ କରିବା ସହିତ ପିଲା, ଗର୍ଭବତି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ଟୀକା ସେମାନଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.