Home ଓଡ଼ିଶା ବିଶ୍ୱ ମହାମାରୀ କରୋନା ଠାରୁ ବିଜୟ ଲାଭ ପରେ ପ୍ଲାଜମା ଦାନ କରି ଚର୍ଚ୍ଚାରେ ବଡ଼ବିଲର...

ବିଶ୍ୱ ମହାମାରୀ କରୋନା ଠାରୁ ବିଜୟ ଲାଭ ପରେ ପ୍ଲାଜମା ଦାନ କରି ଚର୍ଚ୍ଚାରେ ବଡ଼ବିଲର ୩ ଯୁବକ

83

ବଡ଼ବିଲ, ତା ୧୮ ଅଗଷ୍ଟ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ବଡ଼ବିଲର ୨୦ରୁ ୨୨ବର୍ଷର ଅଙ୍କିତ ଝା ମେହୁଲ ପ୍ରସାଦ ଓ ଗଗନଦୀପ ସିଂହ ଜସାଲ କଟକ ଏସ୍ସିବି ମେଡ଼ିକାଲରେ ପ୍ଲାଜମା ଦାନ କରିବା ପରେ ଆଜି ବଡ଼ବିଲରେ ଆସି ପହଞ୍ଚିଛନ୍ତି । ସେମାନେ ଦୁହେଁ କେନ୍ଦୁଝର ଜିଲ୍ଲାର ପ୍ରଥମ ଭାବେ ପ୍ଲାଜମା ଦାନ ଭଳି ପ୍ରଶଂସନୀୟ ମହତ କାର୍ଯ୍ୟ କରିଥିବାରୁ ସେମାନେ ବର୍ତ୍ତମାନ ଜନସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏଥିସହ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ବିଲ ତହସିଲ କାର୍ଯ୍ୟାଳୟରେ ତହସିଲଦାର କ୍ଷୀରୋଦ କୁମାର ବେହେରା , ଅତିରିକ୍ତ ତହସିଲଦାର ସାଇସସ୍ମିତା ହୋତା , ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଅଧିକାରୀ ସୌଭାଗ୍ୟ ରଶ୍ମିରଞ୍ଜନ ସାମଲ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସମ୍ମାନିତ କରିଛନ୍ତି । ଏହି ଅବସରରେ ପ୍ଲାଜମା ପ୍ରଦାନକାରୀ ଯୁବକ କରୋନାକୁ ପ୍ରତିହତ କରିବାକୁ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ସହ ସମସ୍ତ କରୋନା ବିଜୟୀଙ୍କୁ ଅନ୍ୟର ପ୍ରାଣ ରକ୍ଷା କରିବାକୁ ପ୍ଲାଜମା ଦାନ କରିବାକୁ ଗଣମାଧ୍ୟମ ଜରିଆରେ ଆହ୍ୱାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.