Home ଓଡ଼ିଶା ଦିନକରେ ୧୩୦ଜଣ କରୋନା ପଜିଟିଭ୍ ଚିହ୍ନଟ : ବାଲେଶ୍ୱର ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ୨୨୪୮

ଦିନକରେ ୧୩୦ଜଣ କରୋନା ପଜିଟିଭ୍ ଚିହ୍ନଟ : ବାଲେଶ୍ୱର ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ୨୨୪୮

57

ବାଲେଶ୍ୱର, ୧୮ା୮(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲ୍ଲାରେ କାୟା ବିସ୍ତାର କରିଚାଲିଥିବା ମହାମାରୀ କରୋନା ସଂକ୍ରମଣକୁ ନେଇ ଏବେ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ବିଶେଷ କରି ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଯୋଗୁଁ ଜିଲ୍ଲାର ସ୍ଥିତି ସଙ୍ଗୀନ ଆଡ଼କୁ ଯାଉଥିବା ଲକ୍ଷ୍ୟ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୪୮ରେ ପହଞ୍ଚିଛି। ଅଦ୍ୟାବଧି ୧୪୨୦ଜଣ ସୁସ୍ଥ ହୋଇଥିବା ବେଳେ ଏକ୍ଟିଭ୍ ଥିବା ୮୧୫ଜଣ କରୋନା ଆକ୍ରାନ୍ତଙ୍କୁ ଏବେ କୋଭିଡ୍ ହସପିଟାଲରେ ରଖି ଚିକିିତ୍ସା କରାଯାଉଛି। ତେବେ ଦିନକରେ ଚିହ୍ନଟ ହୋଇଥିବା ୧୩୦ଜଣ ପଜିଟିଭ୍‌ଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ବାଲେଶ୍ୱର ପୌରାଞ୍ଚଳରୁ ୨୬ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରୁ ଜଣାଯାଇଛି। ସେମାନଙ୍କ ମଧ୍ୟରୁ ସୁନହଟର ୩ ଜଣ ପୁରୁଷ ଓ ଜଣେ ମହିଳା, ପୁରୁଣାବାଲେଶ୍ୱରରୁ ଜଣେ ମହିଳା ଓ ଜଣେ ପୁରୁଷ, ବାରବାଟୀର ଜଣେ ମହିଳା, ରାଜାବଗିଚା ଅଞ୍ଚଳରୁ ଜଣେ ମହିଳା, ମାଣିଖମ୍ବରୁ ଜଣେ ମହିଳା, ମୋତିଗଞ୍ଜରୁ ଜଣେ ପୁରୁଷ ଓ ଜଣେ ମହିଳା, ମଠସାହିରୁ ୨ ଜଣ ପୁରୁଷ ଓ ଜଣେ ମହିଳା, ଗୋପାଳଗାଁର ଜଣେ ପୁରୁଷ ଓ ଜଣେ ମହିଳା, ଟାଉନଥାନାର ଜଣେ ପୁରୁଷ କର୍ମଚାରୀ, ରାଣୀପାଟଣାରୁ ଜଣେ ପୁରୁଷ ଓ ଜଣେ ମହିଳା, ପୁଲିସଲାଇନ୍ ଅଞ୍ଚଳରୁ ୨ ଜଣ ପୁରୁଷ, ଆଇଟିଆଇ ଛକରୁ ଜଣେ ପୁରୁଷ, ଶୋଭାରାମପୁରରୁ ଜଣେ ପୁରୁଷ, କାଦରାବାଦ୍‌ରୁ ଜଣେ ପୁରୁଷ ଏବଂ ଖ୍ୱାଜାବାଗରୁ ଜଣେ ପୁରୁଷ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଚିକିତ୍ସା ପାଇଁ ଭୁବନେଶ୍ୱରର ସୋମ ହସପିଟାଲ ଯାଇଥିବା ବାଲେଶ୍ୱରର ୬୨ ବର୍ଷର ପୁରୁଷ ଓ ୫୩ ବର୍ଷର ପୁରୁଷ କରୋନା ପିଜିଟିିଭ୍ ଭାବେ ଚିହ୍ନଟ ହୋଇଥିବା ବେଳେ ଏମ୍ସ ହସପିଟାଲ ଯାଇଥିବା ଚଷାଖଣ୍ଡର ଜଣେ ପୁରୁଷ ଓ ଖନ୍ତାପଡ଼ା ଅଞ୍ଚଳର ଜଣେ ପୁରୁଷ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେହିଭଳି ସୋର ଅଞ୍ଚଳର ୩୦ ବର୍ଷର ମହିଳା ବେସରକାରୀ ପରୀକ୍ଷଣ ସଂସ୍ଥା ବିପି ଲାବ୍‌ରେ ନମୁନା ଦେଇ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ମୟୁରଭଂଜ ଜିଲ୍ଲା କପ୍ତିପଦା ଅଞ୍ଚଳର ଜଣେ ପୁରୁଷ କରୋନା ସଂକ୍ରମିତ ହୋଇଛନ୍ତି। ଅନୁରୂପ ଭାବେ ସଦର ବ୍ଲକରୁ ୯ ଜଣ ପୁରୁଷ, ୮ଜଣ ମହିଳା, ରେମୁଣା ବ୍ଲକରୁ ୨ ଜଣ ପୁରୁଷ ଓ ଜଣେ ମହିଳା, ବାଲିଆପାଳ ବ୍ଲକରୁ ୧୧ ଜଣ ପୁରୁଷ ଓ ୮ଜଣ ମହିଳା, ଜଳେଶ୍ୱର ବ୍ଲକରୁ ୨ ଜଣ ମହିଳା, ବାହାନଗା ବ୍ଲକରୁ ୩ ଜଣ ପୁରୁଷ, ବସ୍ତା ବ୍ଲକରୁ ୮ଜଣ ମହିଳା ଓ ୮ ଜଣ ପୁରୁଷ, ଖଇରା ବ୍ଳକରୁ ୫ ଜଣ ପୁରୁଷ ଓ ଜଣେ ମହିଳା, ସୋର ବ୍ଲକରୁ ୭ ଜଣ ପୁରୁଷ, ନୀଳଗିରି ବ୍ଲକରୁ ୧୭ ଜଣ ପୁରୁଷ ଓ ୬ ଜଣ ମହିଳା, ସିମୁଳିଆ ବ୍ଲକରୁ ୩ ଜଣ ପୁରୁଷ, ଔପଦା ବ୍ଲକରୁ ଜଣେ ପୁରୁଷ କରୋନା ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ତେବେ ନୂଆଭାବେ ଚିହ୍ନଟ ହୋଇଥିବା ସମସ୍ତ ସ୍ଥାନୀୟ ସଂକ୍ରମିତ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଯୋଗୁଁ କରୋନା ପିଜିଟିଭ୍ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.