Home ଓଡ଼ିଶା ବିଶ୍ୱ ବ୍ୟାଙ୍କ ବ୍ୟବସାୟିକ ସୁଗମତା ମାନ୍ୟତା – ଭାରତ ୬୩ତମ ସ୍ଥାନକୁ ଉନ୍ନୀତ

ବିଶ୍ୱ ବ୍ୟାଙ୍କ ବ୍ୟବସାୟିକ ସୁଗମତା ମାନ୍ୟତା – ଭାରତ ୬୩ତମ ସ୍ଥାନକୁ ଉନ୍ନୀତ

273

– ପୂର୍ବ ବର୍ଷ ତୁଳନାରେ ୧୪ଟି ସ୍ଥାନ ଉପରକୁ ଉଠିଲା ଭାରତ
– ଲଗାତାର ତୃତୀୟ ଥର ପାଇଁ ଶ୍ରେଷ୍ଠ ୧୦ସୁଧାରକଙ୍କ ମଧ୍ୟରେ ଭାରତ
ଆଜି ୨୪ ଅକ୍ଟୋବର ୨୦୧୯ରେ ବିଶ୍ୱ ବ୍ୟାଙ୍କର ସଦ୍ୟତମ ‘ବ୍ୟବସାୟିକ ସୁଗମତା ରିପୋର୍ଟ-୨୦୨୦’ ପ୍ରକାଶ ପାଇଛି। ଏହି ମାନ୍ୟତାରେ ୧୯୯ଟି ଦେଶ ଥିବା ବେଳେ ଭାରତ ଚଳିତ ଥର ୧୪ଟି ସ୍ଥାନ ଉପରକୁ ଉଠି ୬୩ତମ ସ୍ଥାନ ହାସଲ କରିଛି। ପୂର୍ବରୁ ପ୍ରକାଶିତ ବ୍ୟବସାୟିକ ସୁଗମତା ମାନ୍ୟତାରେ ଭାରତ ୭୭ତମ ସ୍ଥାନରେ ରହିଥିବା ବେଳେ ଏଥର ୧୪ଟି ସ୍ଥାନ ଉପରକୁ ଉଠିଛି।

ଭାରତ ୨୦୧୫ ଠାରୁ ଲଗାତାର ଭାବେ ମାନ୍ୟତାରେ ଉନ୍ନତି କରିଚାଲିଛି। ଲଗାତାର ତୃତୀୟ ଥର ପାଇଁ ଭାରତ ଶ୍ରେଷ୍ଠ ୧୦ ସୁଧାରକ ମଧ୍ୟରେ ସ୍ଥାନ ପାଇପାରିଛି। ଭାରତ ସରକାରଙ୍କ ନିରନ୍ତର ପଦକ୍ଷେପ ଫଳରେ ଭାରତ ୨୦୧୪ରୁ ୨୦୧୯, ଏହି ୫ ବର୍ଷ ମଧ୍ୟରେ ୭୯ଟି ସ୍ଥାନ ଉପରକୁ ଉଠି ସାରିଲାଣି।

ବ୍ୟବସାୟକୁ ପ୍ରଭାବିତ କରୁଥିବା ୧୦ଟି ପରିମାପକକୁ ଆଧାର କରି ବ୍ୟବସାୟିକ ସୁଗମତା ମାନ୍ୟତା ପ୍ରସ୍ତୁତ କରାଯାଇଥାଏ। ଏଥିରେ ବିଶ୍ୱର ୧୯୦ଟି ଅର୍ଥବ୍ୟବସ୍ଥା ବ୍ୟବସାୟ ପାଇଁ ପ୍ରଣୟନ କରୁଥିବା ନିୟମ ଏବଂ ଏହାର କାର୍ଯ୍ୟକାରୀତା ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଥାଏ। ଯେକୌଣସି ଏକ ଅର୍ଥବ୍ୟବସ୍ଥା ଏବଂ ବିଶ୍ୱର ଶ୍ରେଷ୍ଠ ପ୍ରଚଳନ ମଧ୍ୟରେ ରହିଥିବା ଶୂନ୍ୟସ୍ଥାନକୁ ପ୍ରଦର୍ଶିତ କରୁଥିବା ‘ଡିଷ୍ଟାନ୍ସ ଟୁ ଫ୍ରଂଟିଅର (ଡିଟିଏଫ)’ ଅଙ୍କ ଆଧାରରେ ବିଭିନ୍ନ ଦେଶକୁ ବ୍ୟବସାୟିକ ସୁଗମତା ମାନ୍ୟତା ତାଲିକାରେ ସ୍ଥାନ ମିଳିଥାଏ। ଚଳିତ ଥର ଭାରତର ଡିଟିଏଫ ଅଙ୍କ ୭୧.୦ ରହିଛି ଯାହାକି ଗତ ବର୍ଷ ୬୭.୨୩ ଥିଲା।

୧୦ଟି ପରିମାପକ ମଧ୍ୟରୁ ୭ଟିରେ ଭାରତ ଉନ୍ନତ ପ୍ରଦର୍ଶନ କରିଛି ଏବଂ ଅନ୍ତର୍ଜାତୀୟ ଶ୍ରେଷ୍ଠ ପ୍ରଚଳନର ନିକଟତର ହୋଇପାରିଛି। ଦେବାଳିଆପଣ ସମାଧାନ, ନିର୍ମାଣ ଅନୁମତି, ସମ୍ପତି ପଞ୍ଜୀକରଣ, ସୀମାପାର ବାଣିଜ୍ୟ ଏବଂ ଟିକସ ପଇଠ ଆଦି ପରିମାପକରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ହୋଇଛି।

ଭାରତ ଯେଉଁ ୭ଟି ପରିମାପକରେ ନିଜ ର‌୍ୟାଙ୍କ ସୁଧାରିପାରିଛି ତାହା ନିମ୍ନରେ ଉଲ୍ଲେଖ କରାଗଲା :

କ୍ରଂସଂ ପରିମାପକ ୨୦୧୯ ୨୦୨୦ ପରିବର୍ତ୍ତନ

୧ ଦେବାଳିଆପଣ ସମାଧାନ ୧୦୮ ୫୨ +୫୬
୨ ନିର୍ମାଣ ଅନୁମତି ୫୨ ୨୭ +୨୫
୩ ସୀମାପାର ବାଣିଜ୍ୟ ୮୦ ୬୮ +୧୨
୪ ସମ୍ପତି ପଞ୍ଜୀକରଣ ୧୬୬ ୧୫୪ +୧୨
୫ ଟିକସ ପଇଠ ୧୨୧ ୧୧୫ +୬
୬ ବିଦ୍ୟୁତ ସଂଯୋଗ ୨୪ ୨୨ +୨
୭ ବ୍ୟବସାୟ ଆରମ୍ଭ ୧୩୭ ୧୩୬ +୧

ସର୍ବମୋଟ ୭୭ ୬୩ +୧୪

ଚଳିତ ବର୍ଷ ଭାରତର ପ୍ରଦର୍ଶନର ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟଗୁଡ଼ିକ ହେଉଛି :
– ଲଗାତାର ତୃତୀୟ ବର୍ଷ ପାଇଁ ଭାରତକୁ ଶୀର୍ଷ ୧୦ଟି ସୁଧାରକ ରାଷ୍ଟ୍ର ମଧ୍ୟରେ ବିଶ୍ୱ ବ୍ୟାଙ୍କ ସାମିଲ କରିଛି।
– ଦେବାଳିଆପଣ ସମାଧାନ କ୍ଷେତ୍ରରେ ଭାରତର ସଫଳତା ହାର ଗୁରୁତ୍ୱପୂର୍ଣ୍ଣ ଭାବେ ୨୬.୫%ରୁ ୭୧.୬%କୁ ବୃଦ୍ଧି ପାଇଛି।
– ଦେବାଳିଆପଣ ସମାଧାନ ଲାଗି ଲାଗୁଥିବା ସମୟ ଗୁରୁତ୍ୱପୂର୍ଣ୍ଣ ଭାବେ ୪.୩ ବର୍ଷରୁ ୧.୬ ବର୍ଷକୁ ହ୍ରାସ ପାଇଛି।
– ଭାରତ ଲଗାତାର ଭାବେ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପ୍ରଥମ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛି। ୨୦୧୪ରେ ଏହା ଷଷ୍ଠ ସ୍ଥାନରେ ରହିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.