Home ଓଡ଼ିଶା କାନ୍ଥ ଭୁଷୁଡି ଶିଶୁ ମୃତ

କାନ୍ଥ ଭୁଷୁଡି ଶିଶୁ ମୃତ

255

ଦିଗପହଣ୍ଡି,୨୬/୧୦,(ଓଡ଼ିଆ ପୁଅ ପି ନାୟକ):ଲଗାଣ ବର୍ଷାରେ ସାରା ରାଜ୍ୟର ସ୍ଥିତି ବେହାଲ ହୋଇପଡିଛି । ବିବିନ୍ ସ୍ଥାନରୁ ଅଘଟଣ ଖବରମାନ ଆସି ପହଞ୍ଚୁଛି । ଏଭଳି ପରିସ୍ଥିତିରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ରେ ଅଭାବନୀୟ ଘଟଣା ଘଟିଛି । ଘର କାନ୍ଥ ଭୁଷୁଡି ପଡିବାରୁ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ତେବେ ସୂଚନା ଅନୁସାରେ, ଜ୍ରଗୁମା ଗାଁର ସନ୍ତୋଷ କୁମାର ନାୟକ ତାଙ୍କ ପରିବାର ସହ ଘରେ ଶୋଇଥିବା ବେଳେ ଘରର କାନ୍ଥ ଭୁଷୁଡି ପଡିଥପଡ଼ି । ଫଳରେ ସନ୍ତୋଷଙ୍କ ୧୦ମାସର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ପରେ ସମସ୍ତ ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.