Home ଓଡ଼ିଶା ବିଶ୍ୱ ପ୍ରସିଦ୍ଧ କନ୍ଧମାଳ ହଳଦୀ କନ୍ଧମାଳରେ ଭରପୁର ଥିବା ବେଳେ ଆସାମରୁ ହଳଦୀ ଟ୍ରକ ଆସିଲା...

ବିଶ୍ୱ ପ୍ରସିଦ୍ଧ କନ୍ଧମାଳ ହଳଦୀ କନ୍ଧମାଳରେ ଭରପୁର ଥିବା ବେଳେ ଆସାମରୁ ହଳଦୀ ଟ୍ରକ ଆସିଲା କିପରି

179

ବାଲିଗୁଡା, ୨୦/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳର ହଳଦୀ ସମଗ୍ର ଦେଶରେ ଏବଂ ବିଦେଶରେ ପ୍ରସିଦ୍ଧି ଲାଭ କରିଛି। ସେଥିପାଇଁ କନ୍ଧମାଳର ହଳଦୀ ମାନରେ କିଛି ଜିଲାରେ ଲୋକେ ଭେଜାଲ ହଳଦୀ ତିଆରି କରି ବିକ୍ରି କରି ପ୍ରଚୁର ରୋଜଗାର କରୁଥିବାର ମଧ୍ୟ ନଜିର ରହିଛି। ଆଜି ମଧ୍ୟ ଜିଲା, ରାଜ୍ୟଏବଂ ଦେଶ ବାହାରୁ ଲୋକେ କୌଣସି କାମରେ କିମ୍ବା ବୁଲିବାକୁ କନ୍ଧମାଳ ଜିଲାକୁ ଆସିଲେ ସେମାନଙ୍କର ପ୍ରଥମ ଲକ୍ଷ୍ୟ ଥାଏ କନ୍ଧମାଳ ହଳଦୀ ସାଙ୍ଗରେ ନେଇ ଯିବାପାଇଁ। ସେଥିପାଇଁ କନ୍ଧମାଳ ଜିଲାରେ ହଳଦୀ ଚାଷୀ ମାନଙ୍କୁ ପ୍ରୋତ୍ସାହନ ଓ ସହାୟତା ଦେଉଥିବା କସମ ଅନୁଷ୍ଠାନ ନିକଟରେ ହଳଦୀ ପାଇଁ ଆନ୍ତର୍ଜାତୀୟ ଜିଆଇ ଟ୍ୟାଗ୍ ପାଇଛି। ହେଲେ କନ୍ଧମାଳ ଜିଲାରେ ବିଶ୍ୱ ପ୍ରସିଦ୍ଧ ହଳଦୀ ଉତ୍ପାଦନ ହେଉଥିବାବେଳେ ସୁଦୂର ଆସାମରୁ ହଳଦୀ କନ୍ଧମାଳକୁ ଆସିଥିବା ଗୋଟିଏ ହଳଦୀ ବୋଝେଇ ଟ୍ରକ କନ୍ଧମାଳ ଜିଲାରେ ପହଂଚିବାପରେ ଅଂଚଳର ଚାଷୀଙ୍କ ଭିତରେ ଆଲୋଡନ ସୃଷ୍ଟି ହୋଇଛି। ଆନ୍ଧ୍ରପ୍ରଦେଶର ଏପି ୩୯ -୫୩୬୯ ନମ୍ବର ଥିବା ଏକ ଟ୍ରକରେ କନ୍ଧମାଳ ଜିଲାର ରାଇକିଆ ଅଞ୍ଚଳରେ ଥିବା ଜଣେ ବ୍ୟବସାୟୀଙ୍କ ନିକଟକୁ ଏହି ହଳଦୀ ପହଂଚିଛି। ଅନ୍ୟ ପକ୍ଷରେ ଜିଲ୍ଲାର ହଳଦୀ ଚାଷୀମାନେ ସେମାନଙ୍କର କ୍ୱିଣ୍ଟାଲ କ୍ୱିଣ୍ଟାଲ ହଳଦୀ ବିକ୍ରି କରିନପାରି ସେମାନଙ୍କ ଘରେ ପକାଇ ରଖିଛନ୍ତି ସରକାର କିମ୍ବା ବ୍ୟବସାୟୀମାନଙ୍କ ଦ୍ୱାରା ସେ ଗୁଡ଼ିକ କିଣାଯିବା ଆଶାରେ, ଏପରି ସ୍ଥଳରେ ଆସାମରୁ କାହିଁକି ଓ କଣ ପାଇଁ ଏହି ହଳଦୀ ଟ୍ରକ ଏହି ଅଞ୍ଚଳକୁ ଆସିଛି, ତାହା ସମସ୍ତ ହଳଦୀ ବ୍ୟବସାୟୀଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି। ଏଥି ପ୍ରତି କନ୍ଧମାଳ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.