Home କୋରାପୁଟ ବିଶ୍ୱ ଜଳ ଦିବସ ପାଳିତ

ବିଶ୍ୱ ଜଳ ଦିବସ ପାଳିତ

95

କୋରାପୁଟ  ୨୨-୦୩(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜଳବିଭାଜିକା କାର୍ଯ୍ୟାଳୟ ସଭାଗୃହଠାରେ ବିଶ୍ୱ ଜଳ ଦିବସ ପାଳିତ ହୋଇଯାଇଛି ।ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋଙ୍କ ପରିଚାଳନାରେ ଆୟୋଜିତ ଦିବସରେ ଜିଲ୍ଲପାଳ ଅବଦ୍ଦାଲ ଏମ ଅଖତର ମୁଖ୍ୟ ଅତିଥିଭାବେ ଯୋଗଦେଇ  ବର୍ଷାଜଳ ସଂରକ୍ଷଣ ଓ ଭୂତଳ ଜଳ ପୁନଃଭରଣ ପ୍ରକଳ୍ପ ର ଡେମୋ ରଥକୁ ଉଦଘାଟନ କରିଥିଲେ ।ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଏବଂ ବାସଗୃହମାନଙ୍କରେ ପ୍ରକଳ୍ପ  ସ୍ଥାପନ ପାଇଁ ସେ ପରାମର୍ଶ ଦେଇଥିଲେ ।ପ୍ରାକୃତିକ ସଂପଦ ଜଳର ଉତ୍ସକୁ ପୁନଃଜାଗରିତ ,ପ୍ରାକୃତିକ ଜଙ୍ଗଳର ସୁପରିଚାଳନା ,ନୂତନ  ଜଙ୍ଗଳ ସୃଷ୍ଟି ସମୟରେ ଜୈବ ସନ୍ତୁଳନ , ସମସ୍ତ ପୁରୁଣା ପୋଖରୀ ର ପୁନଃଉଦ୍ଧାର ପାଇଁ ସେ ପରାମର୍ଶ ଦେଇଥିଲେ ।ଯୋଜନା ଓ ପର୍ଯ୍ୟବେକ୍ଷଣ ଉପନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇ ଜଳର ସୁବ୍ୟବହାର ନିମନ୍ତେ ମତବ୍ୟକ୍ତ କରିଥିଲେ ।ଜିଲ୍ଲାର ସମସ୍ତ  ସହକାରୀ ମୂର୍ତିକା ସଂରକ୍ଷଣ ଅଧିକାରୀମାନଙ୍କ ସହ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ଉପସ୍ଥିତ ଥିଲେ ।ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.