Home ଓଡ଼ିଶା ଚଳନ୍ତା ରେଳ ଡବାରୁ କୋଇଲା ଚୋରି ମହଙ୍ଗା ପଡିଲା, ବିଦ୍ୟୁତ ସଂସ୍ପର୍ଶରେ ଆସି ନାବାଳକ ଗୁରୁତର

ଚଳନ୍ତା ରେଳ ଡବାରୁ କୋଇଲା ଚୋରି ମହଙ୍ଗା ପଡିଲା, ବିଦ୍ୟୁତ ସଂସ୍ପର୍ଶରେ ଆସି ନାବାଳକ ଗୁରୁତର

61

ଯୋଡା,୨୨ା୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ବାଂଶପାଣି ରେଳ ସାଇଡିଂରୁ କିଛି ଦୂରରେ ସୋମବାର ଅପରାହ୍ନରେ ଏକ ଚଳନ୍ତା ରେଳ ଡବାରୁ କୋଇଲା ଚୋରି କରୁଥିବା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ନାବାଳିକ ଜଳି ଯାଇଥିବା ଘଟଣା ହସ୍ତଗତ ହୋଇଛି । ଘଟଣାରୁ ପ୍ରକାଶ ଯେ, ତାଳଚେରରୁ କୋଇଲା ବୋଝେଇ ଏକ ରେଳ ବାଂଶପାଣି ରେଳ ସାଇଡିଂ ବାଟ ଦେଇ ରାୟଗଡ ଯାଉଥିବା ସମୟରେ ବାଂଶପାଣି ରେଳ ସାଇଡିଂରୁ କିଛି ଦୂରରେ ମାଲବାହି ଟ୍ରେନଟି ସିଗନାଲକୁ ଅପେକ୍ଷା କରିଥିବା ବେଳେ କୋଇଲା ଚୋରି କରିବା ଉଦ୍ଦେଶ୍ୟରେ ନିକଟସ୍ଥ ବାଂଶପାଣି ମୁଣ୍ଡା ବସ୍ତିର କେତେଜଣ ଯୁବକ ଜଣେ ୯ ବର୍ଷର ନାବାଳକ ସଞ୍ଜୟ ମୁଣ୍ଡାକୁ ରେଳ ଡବା ଉପରେ ଚଢେଇ ଦେଇଥିଲେ । ଫଳରେ ଅସାବଧାନତା କାରଣରୁ ପିଲାଟି ୩୩ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ସମ୍ପୂର୍ଣ୍ଣ ଜଳିଯାଇଥିଲା । କିଛି ସମୟ ଜଳିବା ପରେ ପିଲାଟି ତଳେ ଛିଟିକି ପଡିବାରୁ ତାକୁ କିଛି ସ୍ଥାନୀୟ ଲୋକ ଉଦ୍ଧାର କରି ନିଟକସ୍ଥ ଟାଟା ଡାକ୍ତରଖାନାକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାର ପ୍ରାଥମିକ ଚିକିତ୍ସା ପରେ ପିଲାଟି ୯୦ ଭାଗ ଜଳିଯାଇଥିବା ସୂଚନା ଦେଇଛନ୍ତି । ତେବେ ଏଠାରେ ସୂଚନା ଯୋଗ୍ୟ ବାଂଶପାଣି ଅଞ୍ଚଳରେ କୋଇଲା ଚୋରି ଏକ ନୀତି ଦିନିଆ ଘଟଣା । ଚଳନ୍ତା ଟ୍ରେନ ଉପରେ କିଛି ଦୁର୍ବୁତ୍ତ ଚଢି ରେଳ ଡବାକୁ ଖୋଲି କୋଇଲା ଚୋରି କରିଥାନ୍ତି । ଏହି କୋଇଲା ବିଭିନ୍ନ ଜାଗାରେ ଗଚ୍ଛିତ ରଖାଯାଇ ବାହାରକୁ ଚାଲାଣ କରାଯାଇଥାଏ । ଏଥିପ୍ରତି ରେଳ ବିଭାଗର ନିଘାନଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.