Home କୋରାପୁଟ ବିଶ୍ୱବିଦ୍ୟାଳୟ ଟପ୍ପରଙ୍କୁ ସମର୍ନ୍ଧନା କଲେ  କୋରାପୁଟ ସରକାରୀ କଲେଜ କର୍ତୂପକ୍ଷ

ବିଶ୍ୱବିଦ୍ୟାଳୟ ଟପ୍ପରଙ୍କୁ ସମର୍ନ୍ଧନା କଲେ  କୋରାପୁଟ ସରକାରୀ କଲେଜ କର୍ତୂପକ୍ଷ

25

କୋରାପୁଟ ୧୭-୦୯(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସରକାରୀ କଲେଜର  ତପସ୍ୱନୀ ସାହୁ ,ପ୍ରୀୟଙ୍କଖରା ଓ ସିମାଞଳ ଦାସ ସ୍ନାତକ ପରୀକ୍ଷାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଟପ୍ପର ହୋଇଥିବା ବେଳେ ୪ ଜଣ ଛାତ୍ର ଓ ଛାତ୍ରୀ ଟପ ୧୦ ମଧ୍ୟରେ ରହିଥିଲେ ।ସେମାନଙ୍କୁ ଆଜି କଲେଜ ଅଧ୍ୟକ୍ଷ ଶୁଭେନ୍ଦୁ ଶେଖର ପାଢୀ ସମ୍ବର୍ନ୍ଧିତ କରିଥିଲେ ।ସମ୍ବର୍ନ୍ଧନା ସମୟରେ ଅଧ୍ୟାପକ ଦୀପକ ପଟନାୟକ ,ବ୍ୟାସଦେବ ପ୍ରଧାନ , ସୁଶୀଳ ଗଡନାୟକ ,ପି.ସି.ମହାନ୍ତି ,ଶିବ ଶଂକର ପଟନାୟକ ଓ  ମନୀଷା ରଥ ଉପସ୍ଥିତ ଥିଲେ ।ଗଣିତ ବିଭାଗରେ ତପସ୍ୱନୀ ସାହୁ ଟପ୍ପର ହୋଇଥିଲେ ।କଲେଜ ଅଧ୍ୟାପକ ଓ ଗୁରୁଜନକଂ ସହ ଯୋଗରେ ସେ ସଫଳତା ହାସଲ କରିଥିବା  ପ୍ରକାଶ କରିଥିଲେ ।ନିଜସ୍ୱ ପ୍ରଚେଷ୍ଟା ଓ ଅଧ୍ୟାପକକଂ ସହ ଯୋଗରେ ସଫଳତା ପାଇଥିବା ଶିକ୍ଷା ବିଭାଗର ଟପ୍ପର ସିମାଞଳ ଦାସ ପ୍ରକାଶ କରିଛନ୍ତି ।ଆର୍ଥିକ ସ୍ଥିତି ଖରାପ ଥିବା ସତ୍ୱେ କଲେଜ ଅଧ୍ୟାପକ ଓ ଗୁରୁଜମାନକଂ  ସହ ଯୋଗରେ ସଫଳତା ପାଇଥିବା ବାଣିଜ୍ୟରେ ଟପ୍ପର ହୋଇଥିବା ଛାତ୍ରୀ ପ୍ରୀୟଙ୍କା ଖରା ପ୍ରକାଶ କରିଛନ୍ତି ।କୋରାପୁଟ ସରକାରୀ କଲେଜରେ ଅଧ୍ୟାପିକା ହେବା ନିମନ୍ତେ ଲକ୍ଷ୍ୟ ରଖିଥିବା ସେ ସୂଚନା ଦେଇଛନ୍ତି ।କଠିନ ପରିଶ୍ରମ ଦ୍ୱାରା ସଫଳତା ମିଳିଥାଏ ବୋଲି କଂପୁଟର ନ ବିଜ୍ଞାନରେ ୧୦ମ ସ୍ଥାନ ପାଇଥିବା ଆକଂକ୍ଷା  ନାୟକ ପ୍ରକାଶ କରିଛନ୍ତି ।ବଣିଜ୍ୟରେ ୪ର୍ଥ ସ୍ଥାନ ପାଇଥିବା ତପସ୍ୱିନୀ ଓ  ୭ମ ସ୍ଥାନ ପାଇଥିବା ପି.ନାଗଦୁର୍ଗା ପ୍ରସାଦ ରାଓ ପ୍ରମୁଖଙ୍କୁ ସମ୍ବର୍ନ୍ଧନା କରାଯାଇଥିଲା । ସୀମିତ ଭିତିଭୂମିରେ   ପରୀକ୍ଷା ଫଳ ବହୁତ ଭଲ ହୋଇଥିବା ଅଧ୍ୟକ୍ଷ ଶୁଭେନ୍ଦୁ ଶେଖର ପାଢୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.