Home ଜିଲ୍ଲା ପରିକ୍ରମା ଉଚ୍ଚାକାଂକ୍ଷା କୃଷ୍ଣ ଚରଣ ବିଦ୍ୟାମନ୍ଦିର ; ନିର୍ଦ୍ଦାରିତ ସମୟରେ କାର୍ଯ୍ୟ ସରିବାନେଇ ପ୍ରଶ୍ନବାଚୀ

ଉଚ୍ଚାକାଂକ୍ଷା କୃଷ୍ଣ ଚରଣ ବିଦ୍ୟାମନ୍ଦିର ; ନିର୍ଦ୍ଦାରିତ ସମୟରେ କାର୍ଯ୍ୟ ସରିବାନେଇ ପ୍ରଶ୍ନବାଚୀ

24

ଭଦ୍ରକ, ୧୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୨୦୧୫ ମସିହାରେ ଗ୍ରାମାଂଚଳର ବିକାଶ ନିମନ୍ତେ ସାଂସଦମାନେ ପର୍ଯ୍ୟାୟକ୍ରମେ ସେମାନଙ୍କ ଅଂଚଳରେ ଥିବା ଗୋଟିଏ ପଂଚାୟତକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରି ଏହାର ସାମଗ୍ରୀକ ବିକାଶ ପ୍ରତି ଧ୍ୟାନ ଦେବାକୁ ନିଷ୍ପତି ହୋଇଥିଲା । ତଦନୁଯାୟୀ ୫ହଜାର ୯୮ ଜନସଂଖ୍ୟା ବିଶିଷ୍ଟ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ପୁରୁଷଣ୍ଢ ପଂଚାୟତକୁ ପ୍ରଥମଥର ପାଇଁ ସାଂସଦ ଅର୍ଜ୍ଜୁନ ଚରଣ ସେଠୀ ଙ୍କ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରାଯାଇଥିଲା । ସରକାରୀ ଭାବେ ଏହି ନିଷ୍ପତି ଘୋଷଣା ହେବା ପରେ ଦୀର୍ଘ ବର୍ଷ ଧରି ବିକାଶର ସ୍ୱପ୍ନ ଦେଖୁଥିବା ପୁରୁଷଣ୍ଢବାସୀ ଖୁସିରେ ବିଭୋର ହୋଇପଡ଼ିଥିଲେ । ସାଂସଦ ମଧ୍ୟ ବିଭିନ୍ନ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରିଥିଲେ । ତନ୍ନମଧ୍ୟରୁ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବାକୁ ଯାଇ ୧୯୩୫ ମସିହାରେ ଉତ୍କଳ କେଶରୀ ଡ଼ ହରେକୃଷ୍ଣ ମହତାବଙ୍କ ଦ୍ୱାରା ନିର୍ମିତ କୃଷ୍ଣ ଚରଣ ବିଦ୍ୟାମନ୍ଦିରର ଗତ ୨୦୧୩ ନଭେମ୍ବର ୧୫ ତାରିଖରେ ଉପମନ୍ୟୁ କକ୍ଷ (ଶ୍ରେଣୀଗୃହ -୧) ଆଜବେଷ୍ଟସ ଭୁଷୁଡ଼ି ପଡ଼ିଥିଲା । ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ପୁରୁଣା ଆଜବେଷ୍ଟସ ଶ୍ରେଣୀ ଗୃହକୁ ବିପଦ ସଂକୁଳ ବୋଲି ଘୋଷଣା କରାଯାଇଥିଲା । ସେହିଦିନ ଠାରୁ ହଷ୍ଟେଲ ଏବଂ ଷ୍ଟାପ ଗୃହ ଆଦିରେ ପାଠପଢା ଚାଲିଥିଲା । ଆବଶ୍ୟକ ଠାରୁ ଗୃହ ଗୁଡ଼ିକ ଛୋଟ ଥିବାରୁ ଛାତ୍ରମାନେ ସମସ୍ତେ ବସିବାକୁ ସ୍ଥାନ ପାଉ ନଥିଲେ ।

ପୋଷ୍ୟ ଗ୍ରାମ ରୂପେ ଗ୍ରହଣ କରିବା ପରେ ସ୍ୱର୍ଗତ ସାଂସଦ ଅର୍ଜ୍ଜୁନ ଚରଣ ସେଠୀ ତାଙ୍କ ସାଂସଦପାଣ୍ଠିରୁ ଏକକାଳୀନ ୧କୋଟି ୯ଲକ୍ଷ ୭୦ ହଜାର ଟଙ୍କା ମଂଜୁର କରିଥିଲେ । ଉକ୍ତ ଅର୍ଥ ବ୍ୟୟରେ ୨୦୧୭ ଅକ୍ଟୋବର ୮ ତାରିଖରେ ଏକ ଦ୍ୱିତଳ ବିଶିଷ୍ଟ ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ନୂତନ ଗୃହ ଶିଳାନ୍ୟାସ ଉତ୍ସବରେ ଉପସ୍ଥିତ ଥିବା ଲୋକପ୍ରତିନିଧି ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀମାନେ ବର୍ଷେ ମଧ୍ୟରେ ଏହି କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ପ୍ରତିଶୃତି ଦେଇଥିଲେ । ମାତ୍ର ସେହି ପ୍ରତିଶୃତିକୁ ୪ବର୍ଷ ପୁରିବାକୁ ବସିଥିବା ଏବଂ ଅପର ପକ୍ଷରେ ସାଂସଦ ଅର୍ଜ୍ଜୁନ ଚରଣ ସେଠୀଙ୍କ ସ୍ୱର୍ଗାବାସ ହୋଇଯାଇଥିଲେ ମଧ୍ୟ ତାଙ୍କ ସ୍ୱପ୍ନ ଆଜି ପର୍ଯ୍ୟନ୍ତ ସାକାର ହୋଇପାରିଲା ନାହିଁ । ଅପରପକ୍ଷରେ ରାଜ୍ୟ ସରକାର ୨୦୨୦ ମସିହାରେ ଉକ୍ତ ବିଦ୍ୟାମନ୍ଦିରକୁ ଉଚ୍ଚାକାଂକ୍ଷା ବିଦ୍ୟାଳୟରେ ଅର୍ନ୍ତଭୁକ୍ତ କରି ସ୍ମାର୍ଟ କ୍ଲାସ ରୁମ,ଇ-ଲାଇବ୍ରେରୀ,ବିଜ୍ଞାନାଗାର ଏବଂ ଅତ୍ୟାଧୁନିକ କମ୍ପ୍ୟୁଟର କକ୍ଷ ନିର୍ମାଣ କରିବା ସହିତ ସର୍ବାଙ୍ଗୀନ ସୋନ୍ଦର୍ଯ୍ୟ କରଣ ନିମନ୍ତେ ୩୦ଲକ୍ଷ ଅନୁଦାନ ରାଶି ମଂଜୁର କରିଥିଲେ । ସୂଚନା ଅନୁଯାୟୀ;ରାଜ୍ୟ ସରକାର ଉକ୍ତ ଉଚ୍ଚକାଂକ୍ଷା ବିଦ୍ୟାମନ୍ଦିରର ନିର୍ମାଣ କାର୍ଯ୍ୟକୁ ତ୍ୱରାନିତ କରିବା ସହ ଆସନ୍ତା ଅକ୍ଟୋବର ୨ ତାରିଖ ପୂର୍ବରୁୁ ଶେଷ କରିବାକୁ ସ୍ଥିର କରିଥିବାରୁ ଜିଲ୍ଳାପାଳଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉକ୍ତ ପରିସରରେ ହେଉଥିବା କାର୍ଯ୍ୟର ତଦାରଖ କରିବା ସହ ଏଠାକୁ ଘନଘନ ଗ୍ରସ୍ତ କରୁଥିଲେ ସୁଦ୍ଧା ବିଭିନ୍ନ ଦିଗକୁ ନଜିରକୁ ନେଲେ ନିର୍ଦ୍ଦାରିତ ସମୟରେ ଏହାର ନିର୍ମାଣ କାର୍ଯ୍ୟ ସରିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ କୃଷ୍ଣ ଚରଣ ବିଦ୍ୟା ମନ୍ଦିର ଉଚ୍ଚାକାଂକ୍ଷା ବିଦ୍ୟାମନ୍ଦିରର ମାନ୍ୟତା ଯଥାଶିଘ୍ର କିପରି ପାଇବ ସେଥିପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.