Home ଜିଲ୍ଲା ପରିକ୍ରମା ବିଶିଷ୍ଟ କୃଷି ବିଷାରଦ ଶରତ କୁମାର ମହାନ୍ତିଙ୍କ ପରଲୋକ

ବିଶିଷ୍ଟ କୃଷି ବିଷାରଦ ଶରତ କୁମାର ମହାନ୍ତିଙ୍କ ପରଲୋକ

177

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ କୃଷି ବିଷାରଦ ଶରତ କୁମାର ମହାନ୍ତିଙ୍କ ୮୩ବର୍ଷ ବୟସରେ ଆଜି ସକାଳ ୮ଟା୩୦ମିନିଟ ସମୟରେ ଭଦ୍ରକ ବଙ୍କସାହି ସ୍ଥ୍‌ିତ ବାସଭବନରେ ପରଲୋକ ଘଟିଛି । ସ୍ୱର୍ଗତ ମହାନ୍ତି ଜଣେ ମେଧାବୀ ଛାତ୍ର ଭାବେ ନିଜର ଶିକ୍ଷା ସମାପନ କରି ୧୯୬୩ ମସିହାରେ ଓଡିଶା ସରକାରଙ୍କ କୃଷି ବିଭାଗରେ ଜଣେ ଓଭରସିଅର ଭାବେ ନିଯୁକ୍ତି ପାଇ କାର୍ଯ୍ୟରେ ଯୋଗ ଦେଇଥିଲେ । ସେ ରାଜ୍ୟର ବିଭିନ୍ନ ଜିଲ୍ଲା ଯଥା ସମ୍ବଲପୁର, ବଲାଙ୍ଗିର, ବାଲେଶ୍ୱର ଜିଲ୍ଲାରେ କାର୍ଯ୍ୟ କରିଛନ୍ତି । ରାଣୀତାଲ ସ୍ଥିତି କୃଷି ଗବେଷଣା କେନ୍ଦ୍ରରେ ଜଣେ ବିଶିଷ୍ଟ କୃଷି ବିଷାରଦ ଭାବେ କାର୍ଯ୍ୟ କରି ସେ ବହୁ ଲୋକପ୍ରିୟ ହୋଇଥିଲେ । ତେବେ ସେ ଚାକିରିର ଶେଷ କାର୍ଯ୍ୟକାଳ କେନ୍ଦୁଝର ଜିଲ୍ଳା ଡି.ଡି.ଏ ଭାବେ କାର୍ଯ୍ୟକରି ଅବସରପ୍ରାପ୍ତ ହୋଇଥିଲେ । ଜୀବନର ଶେଷ ପର୍ଯ୍ୟନ୍ତ ସେ ଅତ୍ୟନ୍ତ କର୍ମଠ ଥିଲେ । ସ୍ୱର୍ଗତ ମହାନ୍ତିଙ୍କ ବଡଭାଇ ବସନ୍ତ କୁମାର ମହାନ୍ତି ଅବସରପ୍ରାପ୍ତ ଆଇ.ଏ.ଏସ୍ ଭୁବନେଶ୍ୱରର ବିବେକାନନ୍ଦ ମାର୍ଗରେ ରହଛନ୍ତି । ମଝିଆ ଭାଇ ହେମନ୍ତ କୁମାର ମହାନ୍ତି ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ (ସିଭିଲ) ଏବଂ ସ୍ୱର୍ଗତ ମହାନ୍ତିଙ୍କ ଧର୍ମପତ୍ନୀଙ୍କ ପୂର୍ବରୁ ସ୍ୱର୍ଗପ୍ରାପ୍ତି ହୋଇ ସାରିଥିବା ବେଳେ ଆଜି ତାଙ୍କର ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ଦେଖା ଦେଇଛି । ତାଙ୍କ ମୃତ୍ୟୁ ଖବର ପାଇ ବହୁ ବୁଦ୍ଧିଜୀବୀ ତାଙ୍କ ମରଶରୀରରେ ପୁଷ୍ପ ଅର୍ପଣ କରି ଶେଷ ଦର୍ଶନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.