Home ଜିଲ୍ଲା ପରିକ୍ରମା ବିଶାଖା ଶ୍ରୀ ଶାରଦା ପୀଠମ୍ ସ୍ୱମାନ ନଦେନ୍ଦ୍ର ସରସ୍ୱତୀ ମହାରାଜଙ୍କ ପତିତପାବନ ଦର୍ଶନ

ବିଶାଖା ଶ୍ରୀ ଶାରଦା ପୀଠମ୍ ସ୍ୱମାନ ନଦେନ୍ଦ୍ର ସରସ୍ୱତୀ ମହାରାଜଙ୍କ ପତିତପାବନ ଦର୍ଶନ

139

ପୁରୀ-୩୧/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ବିଶାଖା ଶ୍ରୀ ଶାରଦା ପୀଠଙ୍କର ଉତ୍ତରାଧିକାରୀ ସ୍ୱତ୍ମାନ ନଦେନ୍ଦ୍ର ସରସ୍ୱତୀ ମହାରାଜ ପୁରୀ ଗସ୍ତରେ ଆସିଛନ୍ତି। କୋଭିଡ଼-୧୯ କଟକଣା ସମୟରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସିଥିଲେ ହେଁ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଥିବାରୁ ସେ ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ ବାହାରୁ ପତିତପାବନଙ୍କ ଦର୍ଶନ କରିଥିଲେ। ସେ ରାଜ୍ୟ ସରକାରଙ୍କ ଅତିଥି ହୋଇଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସମଗ୍ର ବିଶ୍ୱରେ କରୋନା ମହାମାରୀ ଭୟଙ୍କର ରୂପ ନେଇଥିବାରୁ ମହାପ୍ରଭୁଙ୍କ ନିକଟରେ କରୋନା ମୁକ୍ତ ସମାଜ ପାଇଁ ସେ ପ୍ରାର୍ଥନା କରିଥିଲେ। ଭବିଷ୍ୟତରେ ସେ ପୁନର୍ବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.