Home ଓଡ଼ିଶା ପଥରରେ ଛେଚି ଟ୍ରକ ହେଲପରଙ୍କୁ ନିର୍ମମ ହତ୍ୟା

ପଥରରେ ଛେଚି ଟ୍ରକ ହେଲପରଙ୍କୁ ନିର୍ମମ ହତ୍ୟା

75

ଯୋଡା – ୩୧/୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବାମେବାରୀ ଥାନା ଅନ୍ତର୍ଗତ ଦୁବୁନା ଗ୍ରାମ ନିକଟରେ ଜଣେ ଟ୍ରକ ହେଲପରଙ୍କୁ ଅମାନୁଶିକ ଭାବେ ପଥରରେ ଛେତି ହତ୍ୟା କରାଯାଇଥିବା ଖବର ମିଳିଛି । ଖବରରୁ ଜଣାପଡିଛି ଯେ, ଯୁବକ ଜଣଙ୍କ ହେଉଛନ୍ତି ବିପୀନ ବାରିକ୍ । ତାଙ୍କର ଘର ସୁନ୍ଦରଗଡ ଜିଲ୍ଲା ନଗରିଆ ଗ୍ରାମରେ ବୋଲି ଜଣାପଡିଛି । ମୃତକ ବିପିନ ଦୀର୍ଘ ୧ ବର୍ଷରୁ ଉର୍ଦ୍ଧ ହେବ ଦବୁନାସ୍ଥିତ ସୁକ ପଲେଇଙ୍କ ଘରେ ରହି ତାଙ୍କ ଟ୍ରକରେ ହେଲପର ଭାବେ କାର୍ଯ୍ୟ କରିଆସୁଥିଲେ । ତେବେ ତାଙ୍କର ଏହି ହଠାତ୍ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.