Home ଜଗତସିଂହପୁର ବିରିଡି ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ବିରିଡି ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

100

ଜଗତସିଂହପୁର ୨୨/୭ (ଓଡିଆ ପୁଅ / ନୃସିଂହ ଚରଣ ବାରିକ)-ଆଜି ବିରିଡି ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରରେ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ। ଏହି ଅଭିଯୋଗ ଶିବିରରେ ମୋଟ ୧୬୧ଟି ଅଭିଯୋଗ ପଂଜିକୃତ ହୋଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସଂପର୍କିତ ୧୩୯ଟି ଯଥା-ଇନ୍ଦିରା ଆବାସ/ବିଜୁ ପକ୍କାଘର-୮୮ଟି, ଭତ୍ତା ସଂମ୍ବନ୍ଧୀୟ-୧୯ଟି, ଆଇନ ସହାୟତା ସଂପର୍କିତ-୦୩ଟି ଓ ଅନ୍ୟାନ୍ୟ-୨୯ଟି, ଗାଁ ସମସ୍ୟା ସଂପର୍କିତ-୨୧ଟିି, ମୁଖ୍ୟମନ୍ତୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ପାଇବା ପାଇଁ-୧ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା। ୩ଟି ଅଭିଯୋଗ ଯଥା- ମୁଖ୍ୟମନ୍ତୀଙ୍କ ରିଲିଫ୍ ପାଣ୍ଠିରୁ ଜଣଙ୍କୁ ୨୫ ହଜାର ଟଙ୍କା ପ୍ରଦାନ ଓ ୨ଟି ଭତ୍ତା ସଂଗେ ସଂଗେ ମଜୁଂରୀ କରାଯାଇଥିଲା। ଏହି ଶିବିରରେ ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଷ୍ ୁ ଚରଣ ମିଶ୍ର, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସରୋଜ କାନ୍ତ ମହାନ୍ତି, ଉପ-ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ପ୍ରସାଦ ମହାନ୍ତି, ବି.ଡି.ଓ, ତହସିଲଦାର, ଜିଲ୍ଲାସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ, ପଞ୍ଚାୟତ ପ୍ରତିନିଧି, ଭାରପ୍ରାପ୍ତ ଅଭିଯୋଗ ଅଧିକାରୀ ଶ୍ରୀ ରଞନ କୁମାର ଦାସ ଓ ଜନସାଧାରଣ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.