Home ଓଡ଼ିଶା ବିରାଟ ଚାହାଁନ୍ତି ରବି ଶାସ୍ତ୍ରୀ ହିଁ ହେଡ କୋଚ ପଦରେ ରୁହନ୍ତୁ!

ବିରାଟ ଚାହାଁନ୍ତି ରବି ଶାସ୍ତ୍ରୀ ହିଁ ହେଡ କୋଚ ପଦରେ ରୁହନ୍ତୁ!

182

ନୂଆ ଦିଲ୍ଲୀ ୨୯-୭ (ଓଡ଼ିଆ ପୁଅ) ଭାରତୀୟ ଟିମ ୱେଷ୍ଟ ଇଣ୍ଡିଜ୍ ଗସ୍ତ କରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ। ବିରାଟ କୋହଲୀଙ୍କର ନେତୃତ୍ତ୍ୱରେ ଟିମ ସୋମବାର ରାତିରେ ଗସ୍ତ କରିବ। ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲୀ ୱେଷ୍ଟ ଇଣ୍ଡିଜ୍ ଗସ୍ତ ପୂର୍ବରୁ ପ୍ରେସ କନ୍ଫ୍ରେଂସକୁ ସଂବୋଧିତ କରିଛନ୍ତି। ଭାରତୀୟ କ୍ରିକେଟ ଟିମର ଅଧିଡ଼ିଆ ଚାଲୁଥିଲା ଖବର କି ବିରାଟ କୋହଲୀ ୱେଷ୍ଟ ଇଣ୍ଡିଜ୍ ଗସ୍ତ ପୂର୍ବରୁ ପ୍ରେସ କନ୍ଫ୍ରେଂସରେ ଭାଗ ନେବେ ନାହିଁ, କାରଣ ତାଙ୍କୁ ପ୍ରେସ କନ୍ଫ୍ରେଂସରେ ରୋହିତ ଶର୍ମାଙ୍କ ସହିତ ଚାଲୁଥିବା ବିବାଦ ଉପରେ ସାମ୍ବାଦିକମାନଙ୍କର ପ୍ରଶ୍ନର ସାମନା କରିବାକୁ ପଡ଼ିବ। କିନ୍ତୁ ବିରାଟ ପ୍ରେସ କନ୍ଫ୍ରେଂସ କରି ଏହି ସମସ୍ତ ଉଡ଼ା ଖବର ଉପରେ ପୂର୍ଣ୍ଣଛେଦ ଟାଣିଛନ୍ତି। ଏହା ପୂର୍ବରୁ ବିସିସିଆଇ ମଧ୍ୟ ବିରାଟ କୋହଲୀଙ୍କର ପ୍ରେସ କନ୍ଫ୍ରେଂସରେ ସାମିଲ ହେବାର ପୁଷ୍ଟି କରିଥିଲା।

ବିସିସିଆଇ ଦ୍ଵାରା କୋଚିଙ୍ଗ ଷ୍ଟାଫ ପାଇଁ ନୂଆ ଆବେଦନ ମଗାଯିବା ପ୍ରଶ୍ନ ଉପରେ ବିରାଟ କୋହଲୀ କହିଲେ, ‘ରବି ଭାଇଙ୍କର କୋଚିଂରେ ଆମେ ଭଲ କରୁଛୁ। ମୋର ବ୍ୟକ୍ତିଗତ ରାୟ କି ରବି ଭାଇଙ୍କୁ ହିଁ କୋଚ ବନି ରହିବା ଆବଶ୍ୟକ। ଯଦି ସିଓଏ କିଛି ଅନ୍ୟ ଚାହୁଁଛନ୍ତି ତେବେ ମୁଁ କିଛି କହିପାରିବି ନାହିଁ। ଯଦି ବିସିସିଆଇ ଏବଂ ସିଓଏ ମୋର ରାୟ ମାଗିବେ ତେବେ ମୁଁ ରବି ଭାଇଙ୍କ ପାଇଁ ହିଁ କହିବି।’

ସୂଚନାଯୋଗ୍ୟଯେ, ଭାରତୀୟ କ୍ରିକେଟ୍‌ ଦଳର କିଏ ହେବେ ପରବର୍ତ୍ତୀ ମୁଖ୍ୟ କୋଚ୍‌, ତାହା ଚୟନ କରିବା ପାଇଁ କ୍ରିକେଟ ପ୍ରଶାସକ କମିଟି (ସିଓଏ) ପୂର୍ବତନ ଅଧିନାୟକ କପିଳ ଦେବଙ୍କ ନେତୃତ୍ବରେ ଏକ କ୍ରିକେଟ୍‌ ଆଡଭାଇଜାର କମିଟି (ସିଓଏ) ଗଠନ କରିଛି। ଏହି କମିଟିରେ ଭାରତୀୟ ମହିଳା କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟିକା ସନତ ରଙ୍ଗାସ୍ବାମୀ ଓ ପୂର୍ବତନ କୋଚ୍‌ ଅଂଶୁମାନ ଗାଏକ୍ବାଡ୍‌ଙ୍କୁ ସଦସ୍ୟ ଭାବେ ଚୟନ କରାଯାଇଛି।

ଏଥିପାଇଁ ସାକ୍ଷାତକାର ୧୩ କିମ୍ବା ୧୪ ଅଗଷ୍ଟରେ କରାଯିବ । ଅନ୍ୟପଟେ ଏଥିପାଇଁ ଆବେଦନ ପ୍ରକ୍ରିୟା ୩୦ ଜୁଲାଇ ରହିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟଯେ, ବିରାଟ କୋହଲୀଙ୍କୁ ୱେଷ୍ଟ ଇଣ୍ଡିଜ୍ ଗସ୍ତରେ ଅଧିନାୟକ ମନୋନୀତ କରାଯାଇଥିବା ବେଳେ ରବି ଶାସ୍ତ୍ରୀଙ୍କର କାର୍ଯ୍ୟକାଳ ୱେଷ୍ଟ ଇଣ୍ଡିଜ୍ ଗସ୍ତ ପର୍ଯ୍ୟନ୍ତ ଅଟେ।

ଅପର ପକ୍ଷରେ ବିରାଟ ରୋହିତ ଶର୍ମାଙ୍କ ସହିତ କୌଣସି ମଧ୍ୟ ବିବାଦକୁ ସମ୍ପୂର୍ଣ୍ଣ ଭାବରେ ମନା କରିଛନ୍ତି ଏବଂ ମିଡ଼ିଆରେ ଚାଲୁଥିବା ଖବରକୁ ବକବାଜ୍ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.