Home ଜିଲ୍ଲା ପରିକ୍ରମା ବିରଳ ପ୍ରଜାତୀର ଉଡନ୍ତା ଗୁଣ୍ଡୁଚି ମୂଷା ଉଦ୍ଧାର,ବନ ବିଭାଗ ପକ୍ଷରୁ ଚିକିତ୍ସା ଜାରି

ବିରଳ ପ୍ରଜାତୀର ଉଡନ୍ତା ଗୁଣ୍ଡୁଚି ମୂଷା ଉଦ୍ଧାର,ବନ ବିଭାଗ ପକ୍ଷରୁ ଚିକିତ୍ସା ଜାରି

333

ମାଲକାନଗିରି,୫ା ୪ (ଓଡିଆ ପୁଅ ) ଅଶୁଂଘାତରେ ଆକ୍ରାନ୍ତ ହୋଇ ବିରଳ ପ୍ରଜାତୀର ଗୋଟିଏ ଉଡନ୍ତା ଗୁଣ୍ଡୁଚି ମୂଷା ରାସ୍ତାରୁ ଉଦ୍ଧାର ହୋଇ ବନବିଭାଗ ପକ୍ଷରୁ ତାର ଚିକିତ୍ସା ଆରମ୍ଭ କରିଛନ୍ତି । ମାଲକାନଗରି ଜିଲ୍ଲାସ୍ଥ ଗଙ୍ଗାଲା ପଚାଂୟତ ବାପନପାଲି ଗ୍ରାମର କିଛି ଯୁବକ ରାସ୍ତାରେ ଯାଉଥିବା ବେଳେ ଜଙ୍ଗଲ ରାସ୍ତାରେ ଏକ ବୀରଳ ପ୍ରଜାତିର ଜୀବଟିଏ ପ୍ରବଳଖରାରେ ପଡି ମୂମୁର୍ଷଅବସ୍ଥାରେ ପଡିଥିବାର ଦେଖିଥିଲେ । ତାକୁ ପାଣି ପିଆଇ ଟିକିଏ ସୁସ୍ଥ ହେବାପରେ ନିକଟସ୍ଥ ପାଣ୍ଡ୍ରିପାଣି ଠାରେ ଥିବା ବନପାଳ ଙ୍କ ନିକଟରେ ଜିମା ଦେଇଥିଲେ । ଉଦ୍ଧାର ଜୀବଟି ବିରଳ ପ୍ରଜାତିର ଏକ ଗୁଣ୍ଡୁଚି ମୂଷା ବୋଲି ଜଣାପଡିଥିଲା । ସେହି ମୂଷାଟି ଗୁରୁତର ଭାବେ ଅସୁସ୍ଥ ଥିବାରୁ ତାଙ୍କୁ ମାଲକାନଗିରି ବନାଚଂଳ ଅଧିକାରୀ ଜଗନ୍ନାଥ ବିଷୋୟୀ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟକୁ ନେଇ ଚିକିତ୍ସା ଚଳାଇଛନ୍ତି । ଉଦ୍ଧାର ଜୀବଟିି ଏକ ବିରଳ ପ୍ରଜାତୀର ଉଡନ୍ତା ଗୁଣ୍ଡୁଚି ମୂଷା । ଏହା ମାଲକାନଗିରି ଜଙ୍ଗଲରେ ସ୍ୱଳ୍ପସଂଖ୍ୟକ ଅଛନ୍ତି । ଏହି ମୂଷାଟି ସୁସ୍ଥ ହୋଇଗଲାପରେ ତାକୁ ନିରାପଦ ଜଙ୍ଗଲରେ ଛାଡି ଦିଆ ଯିବ ବୋଲି ରେଜଂର ଶ୍ରୀ ବିଷୋୟୀ ସୁଚନା ଦେଇଛନ୍ତି । ଗତ କିଛି ଦିନହେଲା ସମଗ୍ର ମାଲକାନଗିରି ଜିଲ୍ଲାରେ ତାପମାତ୍ରା ୪୨ ଡିଗ୍ରି କୁ ବୃଦ୍ଧିପାଇ ପ୍ରବଳ ଖରା ସାଙ୍ଗକୁ ଗରମ ହେବା ସହ ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ବିଭିନ୍ନ ପଶୁ ପକ୍ଷୀ ସହର ମୁହା ଁ ହେବାକୁ ଆରମ୍ଭ କରିଦେଇଛନ୍ତି । ଏହି ବିରଳ ପ୍ରଜାତିର ଉଡନ୍ତା ଗୁଣ୍ଡୁଚି ମୂଷାଟି ଅତିଶୟ ଗରମ ହେବା ଯୋଗୁ ଗଛ ଡାଳରୁ ଉଡି ତଳେ ପଡି ଯାଇ ଅଂଶୁଘାତରେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.