Home ଜିଲ୍ଲା ପରିକ୍ରମା ବିମଳା ନାଟ୍ୟ ସଂସଦ ପକ୍ଷରୁ ନାଟ୍ୟ ନିର୍ଦ୍ଦଶକ ରାୟ ରାମାନନ୍ଦ ମହାପାତ୍ରଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି

ବିମଳା ନାଟ୍ୟ ସଂସଦ ପକ୍ଷରୁ ନାଟ୍ୟ ନିର୍ଦ୍ଦଶକ ରାୟ ରାମାନନ୍ଦ ମହାପାତ୍ରଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି

11

ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିମଳା ନାଟ୍ୟ ସଂସଦ କୋରଂଟ ରାନ୍ଦିଆ ଭଦ୍ରକ ପକ୍ଷରୁ ମାଟିର ଅମ୍ଳାନ ପ୍ରତିଭାର ନିଜ ଜନ୍ମ ମାଟିର ମର୍ଯ୍ୟାଦାବନ୍ତ ପୁରୁଷ ରାୟ ରାମାନନ୍ଦ ମହାପାତ୍ର (ନୁନିଭାଇ)ଙ୍କ ସ୍ମ୍ମୃତି ସଭା ବିମଳା ମନ୍ଦିର ପ୍ରାଙ୍ଗଣରେ ଦୁଃଶାସନ ଗାହାଣଙ୍କ ସଭାପତିତ୍ୱରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଯାଇଛି । ଶ୍ରଦ୍ଧାଞ୍ଜଳି ସଭାରେ ଆଇନ୍‌ଜୀବୀ ଗିରିଧାରିନାଥ ଯୋଗଦେଇ ନିଜ ବକ୍ତବ୍ୟରେ କହିଲେ ସେ ହିନ୍ଦୁ ବାଦିନଥିଲେ ମାନବବାଦୀ ଥିଲେ, ମାନବ ସେବା ହିିଁ ମାଧବ ସେବା । ମୁଖ୍ୟ ଅତିଥିଭାବେ ତ୍ୟାଗ ଭୂମିର ସଭାପତି ଅଜୟ କୁମାର ନାୟକ, ମୁଖ୍ୟବକ୍ତା ଆଇନଜୀବୀ ସନ୍ତୋଷ କୁମାର ଦାସ, ବିଦ୍ୟାଧର ସାହୁ, କବି ବିଜୟ ବହଳି, ଆଇନ୍‌ଜୀବୀ ପ୍ରଫୁଲ୍ଲ ସାମଲ, ଅଗଣୀ ଜେନା ପ୍ରମୁଖ ଯୋଗଦେଇଥିଲେ । ଶ୍ରଦ୍ଧାଞ୍ଜଳି ସଭାରେ ଅତିଥି ଆମନ୍ତ୍ରଣ କରିଥିଲେ ଅନନ୍ତ ଖୁଣ୍ଟିଆ ଓ ପରିଚୟ ପ୍ରଦାନ କରିଥିଲେ ସଂସଦର ଉପସଭାପତି ଇଂ. ଅଶୋକ କୁମାର ମହାନ୍ତି । ସ୍ୱାଗତ ଭାଷଣ ସମ୍ପାଦକ ଗୌରାଙ୍ଗ ଚନ୍ଦ୍ର ବାରିକ । ଅନ୍ୟମାନଙ୍କ ମଧ୍ୟରେ ମୋହିନମୋହନ ମହାପାତ୍ର ,ନାରାୟଣ ପାଢି, ଅମୀୟ ମହାପାତ୍ର, ଭାଗିରଥି ରାଉତ, କିଶାନ ସେଠୀ, ଅମୀୟ ସେଠୀ, ରମାକାନ୍ତ ଗାହାଣ, ନୃତ୍ୟ ଗୁରୁ ନାରାୟଣ ସାହୁ, ଅଭିନେତ୍ରୀ ସନ୍ଧ୍ୟାରାଣୀ ବେହେରା, କଣ୍ଠଶିଳ୍ପୀ ମୀନତୀ ବାରିକ, ବାପି ମହାପାତ୍ର, ସୁଜାତା ମହାପାତ୍ର, ଲକ୍ଷ୍ମୀଧର ସେଠୀ, ଗୋପାଳ ମୁଖୀ, ରଶ୍ମିରଂଜନ ମହାପାତ୍ର, ଆଶିଶ ସେଠୀ ପ୍ରମୁଖ ଦିବଂଗତ୍ ଆତ୍ମାର ସଦଗତି କାମନା ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.