Home ଓଡ଼ିଶା ବିଭିନ୍ନ ସ୍ଥାନରେ ବନ୍ଦେ ଉତ୍କଳ ଜନନୀ

ବିଭିନ୍ନ ସ୍ଥାନରେ ବନ୍ଦେ ଉତ୍କଳ ଜନନୀ

94

ବାହାନଗା,୩୦ା୫( ଭାରତୀ ଦାସ, ଓଡ଼ିଆ ପୁଅ): କରୋନା ମହାମାରୀ ପାଇଁ ଲକ ଡାଉନ ଚାଲିଥିବା ବେଳେ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ଦେଉତ୍କଳ ଜନନୀ ଗାନ ପାଇଁ ୩୦ ତାରିଖ ସନ୍ଧ୍ୟା ୫. ୩୦ରେ ଆହ୍ୱାନ ଦେଇଥିଲେ । ଫଳରେ ବାହାନଗା ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନ, ସ୍କୁଲ, କଲେଜ, ପୁର, ପଲ୍ଲୀ ମାନଙ୍କରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଏଥିରେ ସବୁବର୍ଗର ଲୋକେ ସାମିଲ ହୋଇ ଥିଲେ । ଫଳରେ ଏହା ଏକ ପ୍ରକାର ଭାବର ମାହୋଲ ସୃଷ୍ଟି ହୋଇଥିବାର ଦେଖା ଯାଇଥିଲା । ଗୋପାଳପୁର ମଣିଭଦ୍ର ନୋଡ଼ାଲ ହାଇସ୍କୁଲ ପରିସରରେ ସ୍କୁଲ ଷ୍ଟାଫ, ପଞ୍ଚାୟତ ଷ୍ଟାଫ, ସ୍ୱଚ୍ଛ ଭାରତ ମିଶନର ସଦସ୍ୟଙ୍କ ସହ ସାଧାଣ ଜନତା ବନ୍ଦେ ଉତ୍କଳ ଜନନୀ ପାଳନ କରାଯିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.