Home କେନ୍ଦୁଝର ବାହାରିପୁର କ୍ୱାରେଣ୍ଟାଇନ ସେଣ୍ଟରର ଶହେମିଟରକୁ କ୍ୱାଣ୍ଟେନମେଣ୍ଟ ଜୋନ ଘୋଷଣା , ଗାଁକୁ ବିଶୋଧନ କଲା ଅଗ୍ନିଶମ...

ବାହାରିପୁର କ୍ୱାରେଣ୍ଟାଇନ ସେଣ୍ଟରର ଶହେମିଟରକୁ କ୍ୱାଣ୍ଟେନମେଣ୍ଟ ଜୋନ ଘୋଷଣା , ଗାଁକୁ ବିଶୋଧନ କଲା ଅଗ୍ନିଶମ ବିଭାଗ

111

ହାଟଡିହି-୩୦/୫, ହାଟଡିହି ବ୍ଲକ ବାହାରିପୁର ହାଇସ୍କୁଲରେ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରେ ଜଣେ ପଜେଟିଭ ସେଣ୍ଟରରେ ଜଣେ କରୋନା ପଜେଟିଭ ଚିହ୍ନଟ ହେବାପରେ ଗାଁରେ ଭୟର ବାତାବରଣ ଖେଳିଯାଇଛି । ଜଣେ ୩୫ବର୍ଷୀୟ ତାମିଲନାଡୁ ଫେରନ୍ତା ଯୁବକ ଜଣକ ଗତ ୧୯ତାରିଖରେ ଆସି କ୍ୱାରେଣ୍ଟାଇନରେ ଥିବାବେଳେ ଅସୁସ୍ଥ ହୋଇପଡିବାରୁ ଗତ ୨୨ତାରିଖ ଦିନ ତାଙ୍କ ସ୍ୱାବ ନମୁନା ପରୀକ୍ଷା କରାଯିବା ସହ ସନ୍ଦେହ ହେବାରୁ ତାଙ୍କୁ କେନ୍ଦୁଝର ଅସ୍ଥାୟୀ ହସପିଟାଲକୁ ପଠାଇ ଦିଆଯାଇଥିଲା । ଗତକାଲି ତାଙ୍କର ରିପୋର୍ଟ ପଜେଟିଭ ଆସିଥିବା ବେଳେ ଆଜି ସରକାରୀ ଭାବେ ଏହା ଘୋଷଣା କରାଯାଇଛି । ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ବାହାରିପୁର ହାଇସ୍କୁଲ ସମେତ ଆଖପାଖ ଅଞ୍ଚଳକୁ ବିଶୋଧନ କରାଯାଇଛି । ସଂଗରୋଧ କେନ୍ଦ୍ରା ୧୦୦ମିଟର ଦୁରତାରେ କ୍ୱାଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ ବାହାରିପୁର-ସମଣା, ବାହାରିପୁର-କରଗୋଳା, ବାହାରିପୁର-ବରାଙ୍ଗ ଓ ବାହାରିପୁର ହରିଜନ ସାହି ରାସ୍ତାକୁ ବନ୍ଦ କରାଯାଇଛି । ସଂକ୍ରମିତଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଇଛି । ଆଶା ଅଙ୍ଗନବାଡି କର୍ମୀମାନେ ଗାଁରେ ବୁଲି ଲୋକମାନଙ୍କୁ ସଚେତନ କରାଉଛନ୍ତି । ତହସିଲଦାର, ଅତିରିକ୍ତ ତହସିଲଦାର ପ୍ରମୁଖ ଉକ୍ତ ଗାଁକୁ ପରିଦର୍ଶନରେ ଯାଇ ସରପଞ୍ଚ ପତିତ ପାବନ ନନ୍ଦଙ୍କ ସହ ଆଲୋଚନା କରି ସ୍ଥିତି ସମୀକ୍ଷା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.