Home ଅନୁଗୁଳ ବିଭିନ୍ନ ଶ୍ରମିକ ବସ୍ତିରେ ପ୍ରତିଷେଧକ ବ୍ୟବସ୍ଥା ଦାବୀ ନେଇ ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସର...

ବିଭିନ୍ନ ଶ୍ରମିକ ବସ୍ତିରେ ପ୍ରତିଷେଧକ ବ୍ୟବସ୍ଥା ଦାବୀ ନେଇ ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସର ସ୍ମାରକପତ୍ର ପ୍ରଦାନ

93

ତାଳଚେର,୧୩/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରରେ କରୋନା ମହାମାରୀ ଭୟଙ୍କର ରୂପ ନେବା ପୂର୍ବରୁ ଏହାର ପ୍ରତିଷେଧକ ବ୍ୟବସ୍ଥା କରିବା ପାଇଁ ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ୍ ପକ୍ଷରୁ ଏକ ସ୍ମାରକପତ୍ର ସ୍ଥାନୀୟ ଉପ-ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଅଛି । ଏହାର ନକଲ ମଧ୍ୟ ୟୁନିଅନ୍ ତରଫରୁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରାଯାଇଅଛି । ଏହି ଦାବୀ ପତ୍ରରେ ଉଲ୍ଲେଖ କରାଯାଇଅଛି ଯେ, ଏମ୍‌.ସି.ଏଲ୍‌. ଓ ଏନ୍‌.ଟି.ପି.ସି. ନିକଟବର୍ତି ଶ୍ରମିକ ବସ୍ତିଗୁଡିକୁ ଜିଲ୍ଲା ତଥା ରାଜ୍ୟ ବାହାର ହଟ୍‌ସ୍ପଟ୍ ଅଂଚଳରୁ ବହୁ ଶ୍ରମିକ ତଥା ଜନସାଧାରଣ ଆସୁଅଛନ୍ତି । ତେଣୁ ଏହି ବସ୍ତି ଗୁଡିକୁ ସାନିଟାଇଜ୍ କରାଯିବାର ବ୍ୟବସ୍ଥା କରାଯାଉ । ଏହା ସହିତ କୋଲ୍ ମାଇନ୍‌ସ ଭିତରେ ଥିବା ଟ୍ରାନ୍ସପୋଟିଂ କଂପାନୀ ମାନଙ୍କର କ୍ୟାମ୍ପ ଓ ମେସ୍ ଗୁଡିକୁ ମଧ୍ୟ ଚିହ୍ନଟ କରାଯାଇ ପ୍ରତିଷେଧକ ବ୍ୟବସ୍ଥା କରାଯାଉ । ହଟ୍‌ସ୍ପଟ୍ ଅଂଚଳରୁ ଅନୁଗୋଳ ଜିଲ୍ଲାକୁ ଆସିଲେ ୧୪ ଦିନ କ୍ୱାରେଟାଂଇନ୍ ରେ ରହିବାକୁ ପଡିବ ବୋଲି ଜିଲ୍ଲାପାଳଙ୍କ ଆଦେଶନାମାକୁ ୟୁନିଅନ୍ ତରଫରୁ ସ୍ୱାଗତ କରାଯାଉଅଛି । ରାଜ୍ୟ ବାହାରୁ ଓ ଜିଲ୍ଲା ବାହାରୁ ଆସିଥିବା ଠିକା ଶ୍ରମିକ ମାନଙ୍କର ଚିହ୍ନଟ କରାଯାଇ ଆବଶ୍ୟକସ୍ଥଳେ କ୍ୱାରେନ୍‌ଟାଇନ୍ ରେ ରଖାଯିବାର ବ୍ୟବସ୍ଥା କରାଯାଉ । ଠିକା ଶ୍ରମିକ, ନିର୍ମାଣ ଶ୍ରମିକ, ଅଣସଂଗଠିତ ଶ୍ରେଣୀର ଶ୍ରମିକ ମାନେ ବାସ କରୁଥିବା ଶ୍ରମିକ ବସ୍ତି ଯଥା-ଗୁରୁଦ୍ୱାର (ବଲଣ୍ଡା), ମନ୍ଦିର ହଟିଂ୧୨ ନଂ ହଟିଂ,ଚଟେଇ ହଟିଂ, ବଗାଧର, ଭଞ୍ଜ କଲୋନୀ, ମୁଣ୍ଡା ବଜାର, ଟିଟିପିଏସ୍ ମୁଣ୍ଡା ବସ୍ତି, ଦେଉଳବେଡା, ହାଣ୍ଡିଧୂଆ ଷ୍ଟେସନ୍ ପାଖ ଆଦି ଅଂଚଳଗୁଡିକୁ ସାନିଟାଇଜ୍ କରାଯାଉ । ଏହା ସହିତ ଲକ୍ ଡାଉନ୍ ପରେ ଯେଉଁମାନେ ହଟ୍ ସ୍ପଟ୍ ଜିଲ୍ଲାମାନଙ୍କୁ ଏହି ବସ୍ତିମାନଙ୍କୁ ଆସିଛନ୍ତି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉ । ରେଲୱେ ଲାଇନ୍ ରେ କାମ କରୁଥିବା ଶ୍ରମିକମାନେ ପଶ୍ଚିମବଙ୍ଗର ମେଦିନିପୁର ଅଂଚଳର । ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କାର୍ଯ୍ୟରେ ଲଗାଯାଉ ଏବଂ ତାଳଚେର ଅଂଚଳରେ ଲୁକ୍କାୟିତ ଭାବେ ଥିବା କରୋନା ରୋଗୀଙ୍କୁ ଚିହ୍ନଟ କରାଯାଉ । ଆଜିର ଏହି ଦାବୀ ପତ୍ର ପ୍ରଦାନ ବେଳେ ସଂଘର ସଭାପତି ରାଜ କିଶୋର ସାହୁଙ୍କ ନେତୃତ୍ୱରେ ଉପସଭାପତି ବିଶ୍ୱରଂଜନ ପାଣି,ସଂପାଦକ ପ୍ରଭାତ କୁମାର ରଥ, ଦିନବନ୍ଧୁ ନାଏକ,ଗିତିମୟୀ ରଥ,ସୁଜନ ବେହେରା, ଗୌରାଙ୍ଗ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.