Home କେନ୍ଦୁଝର ଗୁରୁତର ଅସୁସ୍ଥ ଜନାର୍ଦ୍ଦନ ମଲ୍ଲିକଙ୍କୁ ସହାୟତାର ହାତ ବଢ଼ାଇଲା ଜୟଦୁର୍ଗା ଫାଉଣ୍ଡେସନ

ଗୁରୁତର ଅସୁସ୍ଥ ଜନାର୍ଦ୍ଦନ ମଲ୍ଲିକଙ୍କୁ ସହାୟତାର ହାତ ବଢ଼ାଇଲା ଜୟଦୁର୍ଗା ଫାଉଣ୍ଡେସନ

174

ହାଟଡିହି ୧୩ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଏକ ଦୁର୍ଘଟଣାର ଶୀକାର ହୋଇ ବହୁଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହେବାପରେ ଅର୍ଥାଭାବରୁ ଘରକୁ ଫେରି ଗୁରୁତର ଅବସ୍ଥାରେ ଘରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଜନାର୍ଦ୍ଦନ ମଲ୍ଲିକଙ୍କ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ସହିତ ବିଭିନ୍ନ ସଂଗଠନ ପକ୍ଷରୁ ସହାୟତାର ହାତ ବଢ଼ାଯାଇଛି । ଆଜି ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଓ ମା ତାରିଣୀ ସେବା ସଂସ୍ଥାନର ମିଳିତ ସହଯୋଗରେ ୫୫ହଜାର ଟଙ୍କାର ଆଥିକ ସହାୟତା ପ୍ରଦାନ କରାଯାଇଛି । ଟ୍ରଷ୍ଟର ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା, ଟ୍ରଷ୍ଟି ଉମାକାନ୍ତ ରାଉତ, ଅର୍ଜୁନ ଖଣ୍ଡା ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଜନାର୍ଦ୍ଦନଙ୍କ ଚିକିତ୍ସା ପାଇଁ ସଂଗ୍ରହ କରିଥିବା ୫୫ହଜାର ଟଙ୍କା ସହିତ ପରିବାରର ଚଳଣି ପାଇଁ ରାସନ ସାମଗ୍ରୀ ପ୍ରଦାନ କରିଥିଲେ । କିପରି ତାଙ୍କୁ ଅଧିକ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇ ଭଲ କରାଯିବ ସେ ସମ୍ପର୍କରେ ମଧ୍ୟ ଡାକ୍ତର ମାନଙ୍କ ସହିତ ଯୋଗାଯାଗ କରିଛନ୍ତି ବୋଲି ପରିବର ଲୋକଙ୍କ ସହିତ ଆଲୋଚନା କରିଥିଲେ । ସେହିପରି ଶ୍ରୀଲେଖା ଜେନା ନାମକ ଜଣେ ସ୍ୱେଚ୍ଛାସେବୀ ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଟୁଇଟକରି ଜଣାଇବା ପରେ ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢ଼ାଇବା ପାଇଁ ସହମତି ପ୍ରଦାନ କରିଛି ।
ଏଠାରେ ସୁଚନାଯୋଗ୍ୟ ଯେ ହାଟଡିହି ବ୍ଲକ ଆବୁଲୁପୁରା ଗ୍ରାମର ଜନାର୍ଦ୍ଦନ ମଲ୍ଲିକ ନାମକ ଜଣେ ଯୁବକ ରାଉରକେଲାରେ ଏକ ଛୋଟ ଦେକାନ କରି ପରିବାର ଚଳାଇ ଆସୁଥିଲେ । ଗତ ୮ମାସ ତଳେ ସେ ଏକ ସଡକ ଦୁର୍ଘଟଣାର ଶୀକାର ହେବାପରେ ତାଙ୍କୁ ପ୍ରଥମେ ରାଉରକେଲା ଓ ପରେ କଳିଙ୍ଗ ହସପିଟାଲରେ ରଖି ଚିକିତ୍ସା କରୁଥିବାବେଳେ ନିଜର ଜମିବାଡି ବିକ୍ରୀକରି ୨୫ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚକଲାପରେ ଆଉ ଖର୍ଚ୍ଚ କରିବାକୁ ଟଙ୍କା ନଥିବାରୁ ବାଧ୍ୟହୋଇ ଜନାର୍ଦ୍ଦନଙ୍କୁ ଘରକୁ ଫେରାଇ ଆଣି ଘରେ ଭାଗ୍ୟକୁ ଆଦରି ପକାଇ ରଖିଛନ୍ତି । ଏପରିକି ସେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାରୁ ତାଙ୍କର ଏପରି ଅସୁବିଧାରେ ପରିବାରଟି ଅସହାୟ ହୋଇ ପଡିଛି । ଯେ ଯାହା ହାତଟେକା ସହାୟତା ଦେଉଛନ୍ତି ସେଇଥିରେ ପରିବାରଟି ଚଳୁଛି । ଏ ପରିସ୍ଥିତିରେ ଜନାର୍ଦ୍ଦନଙ୍କ ଚିକିତ୍ସା ସହିତ ପରିବାରଟିର ଭରଣ ପୋଷଣ ପାଇଁ ସରକାରୀ ସହାୟତା ଜରୁରୀ ହୋଇ ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.