Home ଓଡ଼ିଶା ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ନିଯୁକ୍ତ କଲେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା – ବୈଜୟନ୍ତ,...

ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ନିଯୁକ୍ତ କଲେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା – ବୈଜୟନ୍ତ, ସମ୍ବିତଙ୍କୁ ଏହି ଦାୟୀତ୍ତ୍ୱ, ଓଡ଼ିଶା ପ୍ରଭାରୀ କିଏ ଜାଣନ୍ତୁ

96

ନୂଆଦିଲ୍ଲୀ ୧୩-୧୧ (ଓଡ଼ିଆ ପୁଅ) ଦୀପାବଳିର ଗୋଟିଏ ଦିନ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ରାଜ୍ୟଗୁଡ଼ିକର ପ୍ରଭାରୀ ଏବଂ ସହ-ପ୍ରଭାରୀ ନିଯୁକ୍ତ କରିଛନ୍ତି। ଅବିନାଶ ରାୟ ଖାନ୍ନାଙ୍କୁ ହିମାଚଳ ପ୍ରଦେଶର ଦାୟିତ୍ୱରେ ଏବଂ ସଞ୍ଜୟ ଟଣ୍ଡନଙ୍କୁ ସହପ୍ରଭାରୀ ଦାୟିତ୍ୱରେ ନିଯୁକ୍ତ କରାଯାଇଛି। ସତ୍ୟ କୁମାର ଆଣ୍ଡାମାନ ଏବଂ ନିକୋବର ଦାୟିତ୍ୱରେ ରହିବେ। ଆନ୍ଧ୍ରପ୍ରଦେଶରେ ଭି ମୁରଲୀଧରନଙ୍କୁ ଦାୟିତ୍ୱ ଦିଆଯାଇଛି ଏବଂ ସୁନୀଲ ଦେଓଧରଙ୍କୁ ସହ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ଦିଲୀପ ସାଇକିଆ ଅରୁଣାଚଳ ପ୍ରଦେଶ, ଆସାମର ବୈଜୟନ୍ତ ପଣ୍ଡା ଏବଂ ପୱନ ଶର୍ମା (ଦିଲ୍ଲୀ) ଦାୟିତ୍ୱରେ ରହିବେ। ବିହାରର ଦାୟିତ୍ୱରେ ଭୁପେନ୍ଦ୍ର ଯାଦବ ଏବଂ ହରିଶ ଦ୍ୱିବେଦୀ ଏବଂ ଅନୁପମ ହାଜରାଙ୍କୁ ସହ ପ୍ରଭାରୀ ଭାବେ ଦାୟୀତ୍ତ୍ୱ ଦିଆଯାଇଛି।

ଚଣ୍ଡିଗଡ଼ର ଦାୟିତ୍ୱରେ ରହିବେ ଦୁଷ୍ୟନ୍ତ କୁମାର ଗୌତମ, ଛତିଶଗଡର ଡି ପୁରନ୍ଦେଶ୍ୱରୀ ପ୍ରଭାରୀ ଏବଂ ନିତିନ ନବୀନ ସହ ପ୍ରଭାରୀ ଦାୟୀତ୍ତ୍ୱରେ ରହିବେ। ଦାମନ ଡିୟୁ ଏବଂ ଦାଦ୍ରା ନାଗର ହାଭେଲି ଦାୟିତ୍ୱରେ ରହିବେ ବିଜୟ ରାହତକର। ଦିଲ୍ଲୀର ବୈଜୟନ୍ତ ପଣ୍ଡାଙ୍କୁ ଦାୟୀତ୍ତ୍ୱ ଦିଆଯାଇଛି। ଡଃ ଅଲକା ଗୁର୍ଜର ଦିଲ୍ଲୀର ସହ ପ୍ରଭାରୀ ଦାୟୀତ୍ତ୍ୱରେ ରହିବେ। ଗୋଆର ଦାୟିତ୍ୱରେ ସିଟି ରବି, ଗୁଜୁରାଟର ଭୁପେନ୍ଦ୍ର ଯାଦବ ପ୍ରଭାରୀ ଦାୟୀତ୍ତ୍ୱରେ ରହିବେ। ଗୁଜୁରାଟର ସହ ପ୍ରଭାରୀ ଦାୟୀତ୍ତ୍ୱରେ ରହିବେ ସୁଧୀର ଗୁପ୍ତା। ବିନୋଦ ତାୱଡେ ହରିୟାଣା ପ୍ରଭାରୀ ଦାୟୀତ୍ତ୍ୱରେ ରହିବେ ଏବଂ ଅନ୍ନପୂର୍ଣ୍ଣା ଦେବୀ ସହ ପ୍ରଭାରୀ ଦାୟୀତ୍ତ୍ୱରେ ରହିବେ। ଜାମ୍ମୁ କାଶ୍ମୀରର ଦାୟିତ୍ୱରେ ରହିବେ ତରୁଣ ଚୁଗ ଏବଂ ସହ ପ୍ରଭାରୀ ଦାୟୀତ୍ତ୍ୱରେ ରହିବେ ଆଶିଷ ସୁଦ। ଦିଲ୍ଲୀପ ସାଇକିଆ ଝାଡଖଣ୍ଡର ଦାୟିତ୍ୱରେ ରହିବେ ଏବଂ ଡକ୍ଟର ସୁଭାଷ ସାର୍କ ସହ ପ୍ରଭାରୀ ଦାୟୀତ୍ତ୍ୱରେ ରହିବେ। କର୍ଣ୍ଣାଟକର ଦାୟିତ୍ୱରେ ଅରୁଣ ସିଂ ଏବଂ ସହ ପ୍ରଭାରୀ ଦାୟୀତ୍ତ୍ୱରେ ରହିବେ ଡି କେ ଅରୁଣା। ସିପି ରାଧାକୃଷ୍ଣନ କେରଳର ଦାୟିତ୍ୱରେ ରହିବେ ଏବଂ ସୁନୀଲ କୁମାର ସହ ପ୍ରଭାରୀ ଦାୟୀତ୍ତ୍ୱରେ ରହିବେ।

ତରୁଣ ଚୁଗ୍ ଙ୍କୁ ଲଦାଖର ଦାୟିତ୍ୱ ଦିଆଯାଇଛି। ଲକ୍ଷ୍ମୀଦୀପ ଦାୟିତ୍ୱ ରେ ଅବୁଲ୍ଲାକୁଟିଙ୍କୁ ନିଯୁକ୍ତ କରାଯାଇଛି। ମଧ୍ୟପ୍ରଦେଶର ଦାୟିତ୍ୱରେ ପି ମୁରଲୀଧର ରାଓ ଏବଂ ସହ ପ୍ରଭାରୀ ଦାୟୀତ୍ତ୍ୱରେ ରହିବେ ପଙ୍କଜା ମୁଣ୍ଡେ ଏବଂ ବିଶ୍ୱଶ୍ୱର ତୁଡ଼ୁ। ମହାରାଷ୍ଟ୍ରର ଇନଚାର୍ଜ ସିଟି ରବି ରହିବେ ଏବଂ ଓମ୍ ପ୍ରକାଶ ଧୁରଭେ ମଧ୍ୟପ୍ରଦେଶ, ଜୟବନ ସିଂ ପୋୱାୟାଙ୍କୁ ମଧ୍ୟପ୍ରଦେଶର ସହ ପ୍ରଭାରୀ ଦାୟୀତ୍ତ୍ୱରେ ରହିବେ।

ମଣିପୁରର ଦାୟୀତ୍ତ୍ୱ ଡଃ ସମ୍ବିତ୍ ପାତ୍ର ଙ୍କୁ ଦିଆଯାଇଛି। ମେଘାଳୟର ଦାୟିତ୍ୱରେ ଚୁବା ଏଓଙ୍କୁ ନିଯୁକ୍ତ କରାଯାଇଛି। ମିଜୋରାମର ଦାୟିତ୍ୱରେ ମୋହନୁଲୁ କିକୋନ୍ ରହିବେ। ନାଗାଲାଣ୍ଡ ଦାୟିତ୍ୱରେ ନାଲିନ କୋହଲିଙ୍କୁ ନିଯୁକ୍ତ କରାଯାଇଛି। ଓଡିଶାର ଦାୟିତ୍ୱରେ ଡି ପୁରନ୍ଦେଶ୍ୱରୀ ଏବଂ ବିଜୟପାଲ ସିଂ ତୋମାର ସହ ପ୍ରଭାରୀ ଦାୟୀତ୍ତ୍ୱରେ ରହିବେ। ନିର୍ମଳ କୁମାର ସୁରନାଙ୍କୁ ପୁଡୁଚେରୀ ଦାୟିତ୍ୱ ଦିଆଯାଇଛି। ପଞ୍ଜାବର ଦାୟିତ୍ୱରେ ଦୁଷ୍ୟନ୍ତ କୁମାର ଗୌତମ ଏବଂ ସହ ପ୍ରଭାରୀ ଦାୟୀତ୍ତ୍ୱରେ ରହିବେ ଡକ୍ଟର ନରେନ୍ଦ୍ର ସିଂ। ରାଜସ୍ଥାନର ଦାୟିତ୍ୱରେ ଅରୁଣ ସିଂ ଏବଂ ସହ ପ୍ରଭାରୀ ଦାୟୀତ୍ତ୍ୱରେ ରହିବେ ଡକ୍ଟର ଭାରତୀବନ ଶିଆଲ। ସିକ୍କିମ ଦାୟିତ୍ୱରେ ଡକ୍ଟର ସୁକାନ୍ତ ମଜୁମଦାର ନିଯୁକ୍ତ ହୋଇଛନ୍ତି। ତାମିଲନାଡୁର ଦାୟିତ୍ୱରେ ସିଟି ରବି ଏବଂ ସହ ପ୍ରଭାରୀ ଦାୟୀତ୍ତ୍ୱରେ ରହିବେ ସୁଧାକର ରେଡ୍ଡୀ। ତେଲେଙ୍ଗାନାର ଦାୟିତ୍ୱରେ ତରୁଣ ଚୁଗ୍, ତ୍ରିପୁରାର ବିନୋଦ ସୋନକରଙ୍କୁ ଦାୟୀତ୍ତ୍ୱ ଦିଆଯାଇଛି। ରାଧାମୋହନ ସିଂ ଉତ୍ତରପ୍ରଦେଶର ଦାୟିତ୍ୱରେ ରହିବେ। ସୁନୀଲ ଓଝା, ସତ୍ୟ କୁମାର ଏବଂ ସଞ୍ଜୀବ ଚୌରାସିଆଙ୍କୁ ସହ ପ୍ରଭାରୀ ଦାୟୀତ୍ତ୍ୱ ଦିଆଯାଇଛି। ଉତ୍ତରାଖଣ୍ଡର ଦୁଷ୍ୟନ୍ତ କୁମାରଙ୍କୁ ଦାୟିତ୍ୱ ଜିଆଯାଇଛି ଏବଂ ରେଖା ବର୍ମା ସହ ପ୍ରଭାରୀ ଦାୟୀତ୍ତ୍ୱରେ ରହିବେ। ପଶ୍ଚିମବଙ୍ଗର ଦାୟିତ୍ୱରେ କୈଲାଶ ବିଜୟବର୍ଗିୟ ରହିବେ। ଏହା ସହିତ ଅରବିନ୍ଦ ମେନନ୍ ଏବଂ ଅମିତ ମାଲଭିଆଙ୍କୁ ସହ ପ୍ରଭାରୀ ଦାୟୀତ୍ତ୍ୱରେ ରହିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.