Home ଜଗତସିଂହପୁର ବିଭିନ୍ନ ଯୋଜନାରେ ର୍ଦୁନିତି : ବ୍ଲକ ଘେରାଉ କଲେ ଜଡ଼ତିରା ପଞ୍ଚାୟତବାସୀ

ବିଭିନ୍ନ ଯୋଜନାରେ ର୍ଦୁନିତି : ବ୍ଲକ ଘେରାଉ କଲେ ଜଡ଼ତିରା ପଞ୍ଚାୟତବାସୀ

157

ତିର୍ତ୍ତୋଲ୧୩/୨(ଓଡ଼ିଆ ପୁଅ/ଟୁକନ ସେଠୀ) – ଆଜି ଜଡ଼ତିରା ପଞ୍ଚାୟତର ଶତାଧିକ ଅଧିବାସୀ ପଞ୍ଚାୟତରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନାରେ ଦୁର୍ନିତୀର ପ୍ରତିବାଦରେ ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିବା ଦେଖିବାକୁ ମିଳିଥିଲା। ଜଡ଼ତିରା ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ହରିଲୁଟ୍‌, ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ମରାମତି, ନଳକୂପ ଫ୍ଲାଟଫର୍ମ ନିର୍ମାଣ, ନଳକୂପ ଯନ୍ତ୍ରାଶଂ କିଣା ନାମରେ ଲକ୍ଷାଧିକ ଟଙ୍କା ହରିଲୁଟ୍‌, ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଗରିବ ବାସହୀନ ପରିବାରକୁ ସାମିଲ ନକରି ଧନି ଓ କୋଠାଘର ଥିବା ପରିବାରକୁ ଆବାସ ଯୋଜନାରେ ସାମିଲ କରିବା ଭଳି ସଂଗୀନ ଅଭିଯୋଗ ବାଢ଼ି ଶତାଧିକ ପଞ୍ଚାୟତ ବାସୀ ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ପରିସରରେ ପହଞ୍ଚି ଘେରାଉ କରିବା ସହିତ ବିଡ଼ିଓ ରଞ୍ଜନ କୁମାର ପରିଡ଼ାଙ୍କୁ ବିଭିନ୍ନ ଯୋଜନାର ଦୁର୍ନିତୀ ସମ୍ପର୍କରେ ଦାବିପତ୍ର ଦେଇଥିଲେ।

ଏହି ପଞ୍ଚାୟତରେ ପାନୀୟ ଜଳଯୋଗାଣ, ପକ୍କାଘର ଓ ପାଇଖାନା ନିର୍ମାଣରେ ର୍ଦୁନିତି ହୋଇଥିବା ସୂଚନା ଆଇନିରେ ମିଳିଥିବା ହରିଶ୍ଚନ୍ଦ୍ର ଯୋଜନାରେ ବ୍ୟାପକ ର୍ଦୁନିତି ହୋଇଥିବା ସୂଚନା ଆଇନିରେ ମିଳିଥିବା ସୂଚନା ସ୍ପଷ୍ଟ ହୋଇଛି। ଲୋକର ମୃତ୍ୟୁ ପୂର୍ବରୁ ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ବିଲ୍ କରାଯାଇ ପ୍ରଦାନ କରାଯାଇଥିବା ଦର୍ଶା ଯାଇଥିବାବେଳେ ଆଉ କେତେଜଣଙ୍କର ଶ୍ରାଦ୍ଧବାର୍ଷିକରେ ମୃତ୍ୟୁ ଦର୍ଶାଯାଇଛି। ଏହି ପଞ୍ଚାୟତରେ ୨ ନମ୍ବର ୱାର୍ଡ଼ର ଶେଷଦେବ ନାଥଙ୍କର ୨୭/୧/୨୦୧୯ରେ ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁର ୪ ମାସ ପୂର୍ବରୁ ୧୫/୯/୨୦୧୮ରେ ତାଙ୍କର ବୋହୁଙ୍କ ନାମରେ ହରିଶ୍ଚନ୍ଦ୍ର ଟଙ୍କା ଗ୍ରହଣ କରାଯାଇଥିବା ଦର୍ଶାଯାଇଛି। ଶେଷ ଦେବଙ୍କ ପୁଅ ଏବେ ଯାଏ ବିବାହ ନକରିଥିଲେ ମଧ୍ୟ ତାର ସ୍ତ୍ରୀ ଆସିଲା କୁଆଡ଼ୁ ଓ କିପରି ଶାଶୁଙ୍କର ହରଶ୍ଚନ୍ଦ୍ର ସହାୟତା ଗ୍ରହଣ କଲାବୋଲି ସାଧାରେଣରେ ବିସ୍ମୟ ସୃଷ୍ଟି ହୋଇଛି। ମୃତ ନିଶାମଣି ନାଥଙ୍କର ଗଗନ ନାଥ କୌଣସି ସମ୍ପର୍କିୟ ହୋଇନଥିବାବେଳେ ସିଏ କୁଆଡ଼େ ନିଶାମଣି ନାଥଙ୍କ ହରିଶ୍ଚନ୍ଦ୍ର ସହାୟତା ନେଇଛନ୍ତି ବୋଲି ପଞ୍ଚାୟତ କାର୍ଯ୍ୟାଳୟରେ ଦର୍ଶାଯାଇଛି। ଏକାଧିକ ବ୍ୟକ୍ତିଙ୍କ ନାମରେ ଏହି ବିଲ୍ ହୋଇଥିବାବେଳେ ସମ୍ପୃକ୍ତ ପରିବାର ଲୋକେ ସହାୟତା ରାଶି ପାଇନଥିବା ଅଭିଯୋଗ ହୋଇଛି। ଜଡ଼ତିରା ପଞ୍ଚାୟତର ସରପଞ୍ଚ ଜଣେ ମହିଳା ସରପଞ୍ଚ ଅଛନ୍ତି। ସରପଞ୍ଚଙ୍କ ସମ୍ପର୍କୀୟ ପଞ୍ଚାୟତ ସମସ୍ତ କାର୍ଯ୍ୟ ଚଳାଇଥାଆନ୍ତି। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କ ମଧ୍ୟରେ ସଲାସୁତୁରା ଭିତରେ ସମସ୍ତ ଦୁର୍ନିତୀ କରାଯାଇଥିବା ଅଭିଯୋଗ ହେଉଛି। ସରପଞ୍ଚ କଂଗ୍ରେସ ସମର୍ôଥତ ହୋଇଥିଲେ ମଧ୍ୟ ବିଜେଡ଼ି ଦଳର ପାରଦ୍ୱିପ ନିର୍ବାଚନ ମଣ୍ଡଳୀର ମୁଖିଆଙ୍କ ହାତ ତାଙ୍କ ମୁଣ୍ଡ ଉପରେ ଥିବା ଦର୍ଶାଇ ଧରାକୁ ସରା ମନେକରୁଛନ୍ତି। ଆଜି ତିର୍ତ୍ତୋଲ ବିଡ଼ିଓ ଶ୍ରୀଯୁକ୍ତ ପରିଡ଼ାଙ୍କୁ ଦାବିପତ୍ର ଦେବା ସହିତ ଜଗତସିଂହପୁର ଜିଲ୍ଲାପାଳ, ଗ୍ରାମୀଣ ପାନୀୟ ଜଳଯୋଗାଣ ବିଭାଗ ମନ୍ତ୍ରୀ, ସଚିବ, ପଞ୍ଚାୟତରାଜ ବିଭାଗକୁ ଦୁର୍ନିତୀ ସମ୍ପର୍କିତ ଅଭିଯୋଗ ପତ୍ର ଦେଇଥିବା ସୂଚନା ମିଳିଛି। ବିଡ଼ିଓ ଶ୍ରୀଯୁକ୍ତ ପରିଡ଼ାଙ୍କ ଏ ସମ୍ପର୍କରେ ପଚାରିବାରୁ ସେ ଆସନ୍ତା ୭ ଦିନ ମଧ୍ୟରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେବୋଲି କହିଛନ୍ତି। ଦୁର୍ନିତୀଖୋର ମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବବୋଲି ପଞ୍ଚାୟତବାସୀଙ୍କ ନିକଟରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.