Home ଓଡ଼ିଶା ବିଭିନ୍ନ ଦାବି ନେଇ ଠିକାନର୍ସଙ୍କ ଧାରଣା; ପ୍ରତିଶୃତି ପାଇବା ପରେ ପ୍ରତ୍ୟାହୃତ

ବିଭିନ୍ନ ଦାବି ନେଇ ଠିକାନର୍ସଙ୍କ ଧାରଣା; ପ୍ରତିଶୃତି ପାଇବା ପରେ ପ୍ରତ୍ୟାହୃତ

374

କୋରାପୁଟ ୦୫-୦୭ (ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରେ କାର୍ଯ୍ୟରତ ଠିକା ପୁରୁଷ ଓ ମହିଳା ନର୍ସମାନେ ମାସର ପ୍ରଥମ ସପ୍ତାହରେ ଦରମା ଓ ପୋଷାକ ପ୍ରୋତ୍ସାହନ ରାଶି ପ୍ରଦାନ ଦାବିରେ ଅଧିକ୍ଷକ ଡାକ୍ତର ହରେକୃଷ୍ଣ ପ୍ରଧାନଙ୍କ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ।ଅଧିକ୍ଷକଙ୍କ ସହ ଆଲୋଚନା ପରେ ଧାରଣା ପ୍ରତ୍ୟାହୃତ କରିଥିବା ଜଣାପଡିଛି। ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ କରିବାକୁ ପୁରୁଷ ନର୍ସ ମାନଓ କୁମାର ବାରିକ ଦାବି କରିଥିଲେ।ପ୍ରତ୍ୟେଜ ମଙ୍କସର ୫ ତାରିଖରେ ଦରମା ପ୍ରଦାନ କରିବେ ବୋଲି କହୁଥିଲେ ମଧ୍ୟ ୨୫ ତାରିଖରେ ଦରମା ମିଳୁଥିବା ସେ ସୂଚନା ଦେଇଥିଲେ।ଇନକ୍ରୀମେଂଟ ଓ ପୋଷାକ ପ୍ରୋତ୍ସାହାନ ଅର୍ଥ ମଧ୍ୟ ପ୍ରଦାନ କରୁ ନ ଥିବା ସେ ପ୍ରକାଶ କରିଥିଲେ। ଗତମାସରେ ୫ ତାରିଖରେ ଦରମା ଦେବେ ବୋଲି କହୁଛନ୍ତି କିନ୍ତୁ ବିଲ କରୁଥିବା କିରାଣିଙ୍କୁ ପଚାରିଲେ ୨୦ ତାରିଖ ହୋଇଯିବ ବୋଲି କହିବା ସହ ଯାହା କରିବାର କଥା କରନ୍ତୁ ବୋଲି ପ୍ରକାଶ କରିଥିବା ମହିଳା ନର୍ସ ଗୀତାଞ୍ଜଳୀ ରାଉତ ପ୍ରକାଶ କରିଥିଲେ।ବିଲ କରିବା ନିମନ୍ତେ ଷ୍ଟାଫ ନ ଥିବା କଥା କହୁଛନ୍ତି ଏବଂ ବାରମ୍ବାର ୫ ତାରିଖରେ ମିଳିବ ମିଥ୍ୟା ପ୍ରତିଶୃତି ଦେଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।ଆମ୍ଭେମାନେ ୧୦ ହଜାର ଟଙ୍କାରେ ଚାକିରୀ କରୁଛି ପ୍ରଥମ ସପ୍ତାହରେ ଦରମା ନ ମିଳିଲେ କିପରି ଘରଭଡା ଦେଇ ନିଜେ ଚଳିବୁ ବୋଲି ସେ ପ୍ରଶ୍ନ କରିଥିଲେ।ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ବିଲ କିରାଣୀ ଓ ଅଧୀକ୍ଷକଙ୍କୁ ମିଶିଥିଲୁ ଏବଂ ୫ ତାରିଖରେ ଦରମା ମିଳିବ ବୋଲି ପ୍ରତିଶ-ତି ଦେଇଥିଲେ ବୋଲି ସେ ପ୍ରକାଶ କରିଥିଲେ।୪ ମାସ ହେଲା ଇନକ୍ରୀମେଂଟ ମିଳିନାହିଁ ଓ ପୋଷାକ ପ୍ରୋତ୍ସାହାନ ଅର୍ଥ ମଧ୍ୟ ମିଳୁ ନ ଥିବା ସେ ଅଭିଯୋଗ କରିଥିଲେ।ଅନ୍ୟ ମେଡିକାଲ କଲେଜ ହସପିଟାଲରେ ସବୁ ସୁବିଧା ମିଳୁଥିବା ବେଳେ କୋରାପୁଟରେ କାହିଁକି ମିଳୁନାହିଁ ବୋଲି ଓ ଆହୁରୀ ପ୍ରଶ୍ନ କରିଥିଲେ।ପ୍ରଥମ ସପ୍ତାହରେ ଦରମା ନ ମିଳିଲେ କାର୍ଯ୍ୟବନ୍ଦ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ ଦେଇଥିଲେ। ପୋଷାକ ରାଶି ପ୍ରଦାନ କରିବା ନିମନ୍ତେ କାର୍ଯ୍ୟ ଚାଲିଥିବା ଅଧିକ୍ଷକ ଡାକ୍ତର ହରେକୃଷ୍ଣ ଦଳେଇ ସୂଚନା ଦେଇଥିଲେ।ଦରମା ପ୍ରତ୍ୟେକ ମଙ୍କସର ପ୍ରଥମ ସପ୍ତାହରେ ମିଳିବ ବୋଲି ସେ ପ୍ରତିଶୃତି ଦେଇଥିଲେ।ଷ୍ଟାଫ ଅଭାବରୁ ବିଳମ୍ବ ହେଉଥିବା ସେ ସୂଚନା ଦେଇଥିଲେ।ଇନକ୍ରୀମେଂଟ କଥା ଏକାଉଣ୍ଡ ଅଫିସର ଆସିଲେ ଆଲୋଚନା କରା୍ାଇ ସମାଧାନ କରାଯିବ ବୋଲି ସେ ପ୍ରକାଶ କରିଥିଲେ।ଆଲୋଚନା ସମୟରେ ହସପିଟାଲ ମ୍ୟାନେଜର ଶୁଭେନ୍ଦୁ ପଣ୍ଡା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.