Home ଓଡ଼ିଶା ପୃଥକ ରାସ୍ତା ଦୁର୍ଘଟଣାରେ ୧ ମୃତ ଓ ୪ ଆହତ

ପୃଥକ ରାସ୍ତା ଦୁର୍ଘଟଣାରେ ୧ ମୃତ ଓ ୪ ଆହତ

528

କୋରାପୁଟ ୦୫-୦୭-୧୯ (ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ସଦରଥାନା ଅନ୍ତର୍ଗତ ୨ ଟି ସ୍ଥାନରେ ପୃଥକ ମଟରସାଇକେଲ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୪ ଜଣ ଆହତ ହୋଇଥିବା ଜଣାପଡିଛି। ବେଲଗୁଡାର ରାଜେଶ ବେନିଆ ଓ ଏମ.ବେନିଆ ମଟରସାଇକେଲ ଯୋଗେ କୋରାପୁଟ ଆସୁଥିବା ବେଳେ ଭାରସାମ୍ୟ ହରାଇ ମଟରସାଇକେଲ ଦୁର୍ଘଟଣାଗସ୍ତ ହୋଇଥିଲା। ୨ ଜଣଙ୍କୁ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲକୁ ଅଣାଯାଇଥିଲା। ରାଜେଶ ବେନିଆଙ୍କ ଗୁରୁତର ଥିବାରୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ସେହିପରି କୋରାପୁଟ ସଦରଥାନା ଅନ୍ତର୍ଗତ ହରିଡାପୁଟ ଗ୍ରାମର ବିଜୁ ବାଘ, ମହନ୍ତ ବାଘ ଓ ପ୍ରଦୀପ ବାଘ କୋରାପୁଟ ସରକାରୀ କଲେଜକୁ ଏଜ ମଟରସାଇକେଲ ଯୋଗେ ଆସୁଥିବା ବେଳେ ମସ୍ତିପୁଟ ଛକ ପାର ହେବା ବେଳେ ସାମନାପଟୁ ଏକ ମଟରସାଇକେଲ ଧକ୍କା ଦେବାରୁ ୩ ଜଣଙ୍କୁ କୋରାପୁଟ ହସପିଟାଲକୁ ଅଣାଯାଇଥିଲା। ବିଜୁ ବାଘ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ଅନ୍ୟ ୨ ଜଣ ଯୁବକ ଆହତ ହୋଇ କୋରାପୁଟ ହସପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.