Home ଜିଲ୍ଲା ପରିକ୍ରମା ବିଭିନ୍ନ ଦାବିନେଇ ସ୍ୱାଭିମାନ ଅଚଂଳବାସୀ ଭେଟିଲେ ଜିଲ୍ଲାପାଳଙ୍କୁ

ବିଭିନ୍ନ ଦାବିନେଇ ସ୍ୱାଭିମାନ ଅଚଂଳବାସୀ ଭେଟିଲେ ଜିଲ୍ଲାପାଳଙ୍କୁ

19

ମାଲକାନଗିରି,୧୦ା୨(ଓଡିଆ ପୁଅ ) ଏକଦା ମାଓଗଡ ଭାବେ ପରିଚିତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳ ଏବେ ବି ଅନେକ ସମସ୍ୟା ସହ ଅବହେଳିତି ହୋଇ ରହିଛି । ବାରମ୍ବାରା ପଚାଂୟତ,ବ୍ଲକ ଓ ଜିଲ୍ଲାପ୍ରସାଶନ କୁ ଜଣାଇଲେ ମଧ୍ୟ ତାର ସୁପଳ କିଛି ନମିଳିବାରୁ ଆଜି ସ୍ୱାଭିମାନ ଅଚଂଳର ଶତାଧିକ ଆଦିବାସୀ ଲୋକ ମାଲକନଗିରି କୁ ସି ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ଗାଁର ସମସ୍ୟା ଜଣାଇଛନ୍ତି । ଏକଦା ମାଓଗଡଭାବେ ପରିଚିତ ବିଛିନ୍ନାଚଂଳ କୁ ସଡକ ପଥରେ ସଂଯୋଗ ନିମନ୍ତେ ଗୁରୁପ୍ରୀୟା ସେତୁ ନିର୍ମାଣ ରି ମୁଖ୍ୟମନ୍ତ୍ରୀ ସ୍ୱାଭିମାନ ଅଚଂଳଭାବେ ଘୋଷଣା କଲାପରେ କିଛି ଅଶଂରେ ସେ ସବୁଅଚଂଳରେ ଉନ୍ନତି ଘଟିଛି । ହେଲେ ଅନେକ ପଚାଂୟତ ଏବେ ବି ବିଛିନ୍ନ ଅବହେଳିତ ହୋଇ ରହିଛି । ସେଥି ମଧ୍ୟରୁ ରାଲେଗଡା ପଚାଂୟତ ଏକ ଅନ୍ୟତମ,ଏହି ପଚାଂୟତରେ ଭଲ ପକାରାସ୍ତାଟିଏ କି ସ୍ୱାସ୍ଥ୍ୟସେବା ବ୍ୟବସ୍ଥା କିଛି ହୋଇନାହିଁ, ଶିକ୍ଷା,ବାର୍ଦ୍ଦକ୍ୟଭତା, ପାନୀୟଜଳ ଆଦି ସମସ୍ୟାର ସମାଧନ କରିବା ଓ ଗରିବ ଆଦିବାସୀ ଗ୍ରାମବାସୀମାନଙ୍କୁ ମୌଲିକ ସୁବିଧା ସୁଯୋଗ ଯୋଗଇଦେବା କୁ ନେଇ ରାଲେଗଡା ପଚାଂୟତ ବାସୀ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଆସି ଜିଲ୍ଲାପାଳ ଙ୍କୁ ଭେଟି ତୁରନ୍ତ ଏହି ସବୁ ସମସ୍ୟାର ସାମାଧନ କରିବା ପାଇଁ ଏକ ଦାବିପତ୍ର ଦେଇଥିବାର ଜଣାପଡିଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.