Home କେନ୍ଦୁଝର ବିବେକାନନ୍ଦ ପାଠକ ମଞ୍ଚର ଅନଲାଇନ ପ୍ରତିଭା ଅନ୍ୱେଷଣ ଓ େଶ୍ରେଷ୍ଠ ପାଠକ ଚୟନ ପ୍ରତିଯୋଗୀତା ପାଇଁ...

ବିବେକାନନ୍ଦ ପାଠକ ମଞ୍ଚର ଅନଲାଇନ ପ୍ରତିଭା ଅନ୍ୱେଷଣ ଓ େଶ୍ରେଷ୍ଠ ପାଠକ ଚୟନ ପ୍ରତିଯୋଗୀତା ପାଇଁ ପ୍ରସ୍ତୁତି ବୈଠକ

34

ହାଟଡ଼ିହି, ୨୭ । ୧୦ : (ଓଡିଆପୁଅ/ ବିକାଶ ବିଶ୍ୱାଳ) ଗ୍ରାମାଞ୍ଚଳରେ ଶିଶୁ ମାନଙ୍କ ସର୍ଜନଶୀଳତାର ଉନ୍ମେଷ ତଥା ପଠନ-ସ୍ପୃହାର ବିକାଶ ଦିଗରେ ଦୀର୍ଘ ୧୫ବର୍ଷ ଧରି କାର‌୍ୟ୍ୟ କରିଆସୁଥିବା କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନୁଆରମ୍ପାସ ଗ୍ରାମର ବିବେକାନନ୍ଦ ପାଠକ ମଞ୍ଚ ଏହି ବର୍ଷ ତାର ୧୬ତମ ସ୍ୱନକ୍ଷତ୍ର ଉତ୍ସବ ପାଳନ କରିବାକୁ ଯାଉଛି । ଏହି ଉପଲକ୍ଷେ ପାଠକ ମଞ୍ଚର ପ୍ରତିଷ୍ଠାତା ଆବାହକ ଅଧ୍ୟାପକ ରବିନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଚଳିତବର୍ଷ କୋଭିଡ-୧୯ କଟକଣା ଯୋଗୁକ୍ସ୍‌ନକ୍ଷତ୍ର ଉତ୍ସବକୁ ନିରାଡମ୍ବର ଭାବେ କରାଯିବା ସହିତ ପ୍ରତିବର୍ଷ ହୋଇଆସୁଥିବା ଶ୍ରେଷ୍ଠ ପାଠକ ଚୟନ ଓ ପ୍ରତିଭା ଅନ୍ୱେଷଣ କାର‌୍ୟ୍ୟକ୍ରମକୁ ଅନଲାଇନ ମାଧଞମରେ କରିବାକୁ ନିଷ୍ପତି ହୋଇଛି । ଏହି ପ୍ରତିଯୋଗୀତାରେ ଓଡିଆ ଭାଷାଜ୍ଞାନ, ଆଶୁ କବିତା ଲିଖନ, ବକ୍ତୃତା, ଶ୍ରେଷ୍ଠ ପାଠକ ଚୟନ ଆଦି ପ୍ରତିଯୋଗୀତା ଗୁଡିକୁ ଅନଲାଇନ ମାଧ୍ୟମରେ କରାଯିବ । ଏଥିରେ ୬ଷ୍ଠରୁ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଭାଗନେବାପାଇଁ ଷଗ୍ଧଗ୍ଧକ୍ଟ୍ର://ଲକ୍ଟକ୍ସଜ୍ଞଗ୍ଦ.ଶକ୍ଷର / ସଜକଗ୍ଧଳଭବଲ୬ଙ୍କକ୍ଟହଚ୍ଛଭଏ୭୯ ଲିଙ୍କରେ ପଞ୍ଜିକରଣ ପାଇଁ ବାଧ୍ୟତାମୁଳକ କରାଯାଇଛି । ପଞ୍ଜିକରଣର ଶେଷ ତାରିଖ ନଭେମ୍ବର ୧୫ତାରିଖ ଧାର‌୍ୟ୍ୟ ହୋଇଥିବାବେଳେ ପଞ୍ଜିକୃତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରତିଯୋଗୀତା ଗୁଡିକ ଡିସେମ୍ବର ଦ୍ୱିତୀୟ ସପ୍ତାହରେ କରାଯିବାକୁ ନିଷ୍ପତି ହୋଇଥିଲା । ଏହି ବୈଠକରେ ଅଭିମନୁଞ ସାହୁ, ସାରଦା ପ୍ରସନ୍ନ ଜେନା, ସଞ୍ଜୟ ବାରିକ, ପିତାମ୍ବର ଆୟଚ, ଚିତ୍ତରଞ୍ଜନ ନାୟକ, ସୁଶୀଳ ଶୁଭଦୀପ ନାୟକ ପ୍ରମୁଖ ମଞ୍ଚର ସଦସ୍ୟମାନେ ଗୁଗୁଲ ଆପ ବୈଠକରେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.