Home କେନ୍ଦୁଝର ପୋଖରୀରେ ବୁଡିଯାଇ ଛାତ୍ରର ମୃତ୍ୟୁ

ପୋଖରୀରେ ବୁଡିଯାଇ ଛାତ୍ରର ମୃତ୍ୟୁ

330

ହାଟଡ଼ିହି, ୨୭ । ୧୦ : (ଓଡିଆପୁଅ/ ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମରେ ଆଜି ଏକ ଦୁଖଃଦ ଘଟଣା ଘଟିଯାଇଛି । ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ପୋଖରୀରେ ଗାଧୋଇବା ସମୟରେ ବୁଡିଯାଇ ପ୍ରାଣ ହରାଇଛନ୍ତି । ଗ୍ରାମର ପ୍ରମୋଦ ପାଳଙ୍କ ପୁଅ ମନୋଜ ପାଳ(୧୩) ସ୍ଥାନୀୟ ଶିବନାରାୟଣପୁର ୟୁଜି ୟୁପି ସ୍କୁଲର ୮ମଶ୍ରେଣୀର ଛାତ୍ର । ସେ ଆଜି ମଧ୍ୟାହ୍ନରେ ନିକଟସ୍ଥ କୁଣ୍ଡି ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ସମୟରେ ପାଣିରେ ପୁଚଡିଯାଇଥିଲେ । ଗାଁ ଲୋକମାନେ ତାଙ୍କୁ ଉଦ୍ଧାରକରି ତୁରନ୍ତ ଆନନ୍ଦପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିବାବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଖବରପାଇ ଆନନ୍ଦପୁର ପୁଲିସ ଡାକ୍ତରଖାନାରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଛି । ଛାତ୍ର ମନୋଜଙ୍କ ମୃତ୍ୟୁରେ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.