Home ଜିଲ୍ଲା ପରିକ୍ରମା ବିପୁଳ ପରିମାଣର ରନ୍ଧାମଦ ଜବତ, ୫ ଗିରଫ

ବିପୁଳ ପରିମାଣର ରନ୍ଧାମଦ ଜବତ, ୫ ଗିରଫ

28

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲା ଅବକାରୀ ବିଭାଗ ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ରନ୍ଧାମଦ ଜବତ କରାଯାଇ ୫ ଜଣଙ୍କୁ ଗିରଫ କରାଯାଇଛି । ତେବେ ଜବତ ହୋଇଥିବା ଚୋରା ମଦର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି । ମଦ ଓ ବେପାରୀଙ୍କ ସହ ସେମାନଙ୍କ ଠାରୁ ବ୍ୟବହାର କରାଯାଉଥିବା ୩ଟି ବାଇକ୍‌କୁ ମଧ୍ୟ ପୁଲିସ୍ ଜବତ କରିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆଗକୁ ଜାନୁଆରୀ ୨୬ ଭଳି ପବିତ୍ର ଦିନ ରହିଥିବାରୁ ଜିଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଅବକାରୀ ବିଭାଗ ପକ୍ଷରୁ ଏହି ଜିଲାର ଆଗରପଡା ଓ ଭଣ୍ଡାରିପୋଖରୀ ଭଳି ଅଂଚଳ ଗୁଡିକ ଉପରେ ଚଢାଉ କରାଯାଇଥିଲା । ଏହି ଚଢାଉରେ ୨ ଜଣ ମହିଳାଙ୍କ ସମେତ ୫ ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ସେମାନେ ବ୍ୟବହାର କରୁଥିବା ୩ଟି ବାଇକ୍ ମଧ୍ୟ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.