Home ଜିଲ୍ଲା ପରିକ୍ରମା କୋଇଲା ବୋଝେଇ ଟ୍ରକ ଜବତ, ଚାଳକ ଓ ହେଲପର ଗିରଫ

କୋଇଲା ବୋଝେଇ ଟ୍ରକ ଜବତ, ଚାଳକ ଓ ହେଲପର ଗିରଫ

22

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ଛତାବର ଛକ ନିକଟରୁ ଚୋରା କୋଇଲା ବେଝେଇ ମିନିଟ୍ରକକୁ ଗତକାଲି ରାତ୍ରରେ ଧରିବା ସହ ଆଜି ଚାଳକ ଓ ହେଲପରକୁ କୋର୍ଟ ଚାଲାଣ କରିଛି । ଓଡି ୨୨ ଏଚ ୬୫୧୪ନଂ ମିନି ଟ୍ରକ ପର୍ବତୀରୁ କୋଇଲା ପରିହବନ କରି ରଘୁନାଥପୁର ଅଞ୍ଚଳକୁ ଯାଉଥିବା ବେଳେ ଜବତ ହୋଇଥିଲା । ଟ୍ରକରେ ୪୮କ୍ୟୁଇଣ୍ଟାଲ ବୋଝେଇ ହୋଇଥିଲା । ଏ ସମ୍ପର୍କରେ ଥାନାରେ ୩୨/୨୧ନଂ ମାମଲା ଋଜୁ କରାଯାଇ ଚାଳକ ଅଭିମନ୍ୟୁ ମଲ୍ଲିକ ଓ ହେଲପର ବ୍ରିଜେଶ କୁମାର ମହାନ୍ତିଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.