Home ଜିଲ୍ଲା ପରିକ୍ରମା ବିପର୍ଯ୍ୟୟ ପ୍ରଶମନ ପାଇଁ ମକଡ୍ରିଲ

ବିପର୍ଯ୍ୟୟ ପ୍ରଶମନ ପାଇଁ ମକଡ୍ରିଲ

66

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମ୍ଭାବ୍ୟ ବନ୍ୟା, ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ କିପରି ସଫଳ ମୁକାବିଲା କରାଯାଇ ପାରିବ ସେ ସମ୍ପର୍କରେ ଆଜି ଜିଲ୍ଲାର ୪୮ଟି ବାତ୍ୟା ଆଶ୍ରୟସ୍ଥଳରେ ମକ୍‌ଡ୍ରିଲ ଅନୁଷ୍ଠିତ ହୋଇଛି । ଜିଲ୍ଲାର ଉପକୂଳବର୍ତ୍ତୀ ୪୧ଟି ଗ୍ରାମ ସହ ସମସ୍ତ ବନ୍ୟା ବାତ୍ୟା ପ୍ରବଣ ଅଞ୍ଚଳର ଲୋକମାନଙ୍କୁ ସଚେତନ କରିବା ସହ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ ସମ୍ବନ୍ଧରେ ଅବଗତ କରାଇବା ପାଇଁ ଏହି ମକ୍‌ଡ୍ରିଲ ଅନୁଷ୍ଠିତ ହୋଇଥିଲା । ପ୍ରତି ବାତ୍ୟା ଆଶ୍ରୟସ୍ଥଳକୁ ଆନୁସଂଗିକ ଖର୍ଚ୍ଚ ବାବଦରେ ସ୍ୱେଚ୍ଛାସେବୀ ସଂଗଠନ ମାଧ୍ୟମରେ ୮ ହଜାର ଟଙ୍କା ଯୋଗାଇ ଦିଆଯାଇଥିଲା । ନିଜ ନିଜ ଅଞ୍ଚଳ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଜିଲ୍ଳାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ବିଭାଗ, ସ୍ୱୟଂ ସହାୟିକା ଗୋଷ୍ଠୀ, ସ୍ୱେଚ୍ଛାସେବୀ ସଂଗଠନ, ଏନ୍‌ଏନ୍‌ଏସ, ସ୍କାଉଟ ଗାଇଡ, ନେହେରୁ ଯୁବକେନ୍ଦ୍ର, ରେଡକ୍ରସକୁ ସାମିଲ କରାଯାଇଥିଲା । ଜିଲ୍ଲାପାଳ ଡ. ଜ୍ଞାନ ଦାସ ବାସୁଦେବପୁର ବ୍ଲକ ପଢୁଆଁ ପଞ୍ଚାୟତର ଖରପୋଖରୀ ବାତ୍ୟା ଆଶ୍ରୟସ୍ଥଳୀକୁ ଯାଇ ମକ୍‌ଡ୍ରିଲ ପରିଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.