Home ଜିଲ୍ଲା ପରିକ୍ରମା ଜିଲ୍ଲାରେ ରଥଯାତ୍ରା ପାଇଁ ଲାଗୁ ହେଲା ପ୍ରଶାସନିକ କଟକଣା

ଜିଲ୍ଲାରେ ରଥଯାତ୍ରା ପାଇଁ ଲାଗୁ ହେଲା ପ୍ରଶାସନିକ କଟକଣା

100

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରଥଯାତ୍ରା ପାଳନ ନେଇ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ମତେ କଟକଣା ଲାଗୁ ହେବା ପରେ ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳନ ନେଇ ଜିଲ୍ଲାପାଳ ଡ. ଜ୍ଞାନ ଦାସ କଟକଣା ଲାଗୁ କରିଛନ୍ତି । ଏହି କଟକଣା ଆସନ୍ତା ୨୩ ତାରିଖରେ ରଥଯାତ୍ରା ଏବଂ ଜୁଲାଇ ୧ ତାରିଖର ବାହୁଡା ଯାତ୍ରା ପାଇଁ ଲାଗୁ ହେବ । ଏହି ସମୟରେ ସମସ୍ତ ମନ୍ଦିର, ଧର୍ମାନୁଷ୍ଠାନ ବନ୍ଦ ରହିବ । କୌଣସି ସ୍ଥାନରେ ଧାର୍ମିକ ଏକତ୍ରିତ ୭ଜଣରୁ ଅଧିକ ହୋଇ ପାରିବେ ନାହିଁ । କେବଳ ଦୁଇଜଣ ସେବାୟତ ଅବା ପୁଜାରୀ ଠାକୁରଙ୍କ ନୀତିକାନ୍ତି କରି ପାରିବେ । କୌଣସି ଭକ୍ତ ମନ୍ଦିରକୁ ପ୍ରବେଶ କରି ପାରିବେ ନାହିଁ । ଏହି ସମୟରେ ସାମାଜିକ, ରାଜନୈତିକ, ଧାର୍ମିକ ଏକତ୍ରିକରଣ ହୋଇ ପାରିବ ନାହିଁ । ପ୍ରତ୍ୟେକ ବ୍ୟକ୍ତି କୋବିଡ଼ ୧୯ର ନିୟମାନୁଯାୟୀ ପ୍ରତ୍ୟେକ ବ୍ୟକ୍ତି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ ବୋଲି ଜିଲ୍ଲାପାଳ ଡ. ଦାସ ତାଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.