Home ଜିଲ୍ଲା ପରିକ୍ରମା ବିପଦସଙ୍କେତ ଉପରେ ବୈତରଣୀ, ନଦୀର ଜଳସ୍ତର ସ୍ଥିର, ବିପଦ ବଢାଇଲା କଣ୍ଟିଘାଇ

ବିପଦସଙ୍କେତ ଉପରେ ବୈତରଣୀ, ନଦୀର ଜଳସ୍ତର ସ୍ଥିର, ବିପଦ ବଢାଇଲା କଣ୍ଟିଘାଇ

29

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀରେ ବନ୍ୟାଜଳସ୍ତର ଉଦବେଗ ଜନକ ସ୍ଥିତିରେ ରହିଛି । ଆଖୁଆପଦାରେ ଆଜି ସନ୍ଧ୍ୟା ଛଅଟା ସୁଦ୍ଧା ବନ୍ୟାଜଳ ୧୮.୨୬ ମିଟରରେ ସ୍ଥିର ରହି ପ୍ରବାହିତ ହେଉଛି । ଏଠାରେ ଥିବା ବିପଦସଙ୍କେତ ସ୍ତର ୧୭.୮୩ ମିଟର ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ନଦୀର ଉପରମୁ୍‌ଣ୍ଡ କେଉଁଝରରେ ୩.୨ମି.ମି., ଚମ୍ପୁଆରେ ୫.୨ମି.ମି., ସ୍ୱାମୀପାଟଣାରେ ୧.୦ମି.ମି., ଠାକୁରମୁଣ୍ଡାରେ ୩୦.୨ମି.ମି., ଆନନ୍ଦପୁରରେ ୧.୦ ମି.ମି. ଓ ଆଖୁଆପଦାରେ ୧.୨ ମି.ମି. ବର୍ଷା ରେକର୍ଡ କରାଯାଇଛି । ଉପରମୁଣ୍ଡରେ କ୍ରମାଗତ ବର୍ଷା ନଦୀର ଜଳସ୍ତରକୁ ହ୍ରାସ ହେବାରେ ପ୍ରତିବନ୍ଧକ ସାଜିଛି । ନଦୀର ଜଳସ୍ତର ମଙ୍ଗଳବାର ରାତ୍ର ୧୧ଟା ସମୟରେ ୧୮.୩୫ମିଟରରେ ପହଞ୍ôଚବା ପରେ ରାତ୍ର ୧ଘ. ପର୍ଯ୍ୟନ୍ତ ସ୍ଥିର ହୋଇ ହ୍ରାସ ପାଇବାକୁ ଲାଗିଥିଲା । ମାତ୍ର ରାତ୍ର ୪ଟା ସମୟରେ ପୁନଶ୍ଚ ଜଳସ୍ତର ସ୍ଥିର ହୋଇ ବୃଦ୍ଧି ପାଇ ବୁଧବାର ସକାଳ ୬ଟାରେ ୧୮.୩୪ ମିଟରରେ ପହଞ୍ôଚ ସ୍ଥିର ହୋଇଥିଲା । ଆଠଟା ଠାରୁ କ୍ରମାଗତ ଭାବେ ହ୍ରାସ ପାଇ ଚାଲିଥିଲା । ମାତ୍ର ଅପରାହ୍ନ ଦୁଇଟା ବେଳେ ଜଳସ୍ତର ୧୮.୨୬ମିଟରରେ ସ୍ଥିର ରହିଛି । ଏହି ସମୟ ମଧ୍ୟରେ କଣ୍ଟିଘାଇ ମଧ୍ୟଦେଇ ପ୍ରବେଶ କରୁଥିବା ବ୍ୟାପକ ମାତ୍ରାରେ ବନ୍ୟାଜଳ ଖାଲୁଆ ଅଞ୍ଚଳ ପାଇଁ କାଳ ହୋଇଛି । ଫଳରେ ଷୋଳମପୁର, ମାଳଦା, ନପଙ୍ଗ, ରହଣିଆ, କୁରିଗାଁ ଆଦି ପଞ୍ଚାୟତ ସମେତ ତଳିହା ଅଞ୍ଚଳ ଓ ହଜାର ହଜାର ହେକ୍ଟର ଧାନଜମି ଜଳମଗ୍ନ ହୋଇଛି । ସେହିପରି ଝୁଟୁଣା ପଞ୍ଚାୟତ, ତେସିଙ୍ଗା ପଞ୍ଚାୟତର ସାନବନସ୍ତା ଗ୍ରାମ ତରାଇସାହି, ବନ୍ଦାଳୋ-ମଢିଆଳି, ନାଆମୀ ଆଦି ପଞ୍ଚାୟତର ବନ୍ୟାପ୍ରବଣ ଅଞ୍ଚଳ ଜଳମଗ୍ନ ହୋଇ ରହିଛି । ବିଡିଓ ଦେବଦତ୍ତ ଦାଶ, ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ଆଖୁଆପଦା ଜଳସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଶଙ୍କର୍ଷଣ ବେହେରା ପ୍ରମୁଖ ବନ୍ୟା ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.