Home ଜିଲ୍ଲା ପରିକ୍ରମା ବିନ୍ଦୁମାଧବ ସରକାରୀ ହାଇସ୍କୁଲରେ ଜାତୀୟ ଯୁବ ଦିବସ ପାଳିତ

ବିନ୍ଦୁମାଧବ ସରକାରୀ ହାଇସ୍କୁଲରେ ଜାତୀୟ ଯୁବ ଦିବସ ପାଳିତ

96

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ଥାନୀୟ ବିନ୍ଦୁମାଧବ ବାଗୁରାଇ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ଚକ୍ରଧର ମଲ୍ଲିକ ସଭାଟିକୁ ଉଦ୍‌ଘାଟନ କରି ବିବେକାନନ୍ଦଙ୍କ ଦର୍ଶନ ତତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ଭଦ୍ରକ ବ୍ଲକ ଶିକ୍ଷାଧିକାରୀ ସମ୍ଭୁନାଥ ପାଣିଗ୍ରାହୀ, ଶିକ୍ଷକ ରତିକାନ୍ତ ବେହେରା, ରବିନାରାୟଣ ମହାନ୍ତି, ମିନତୀ ଦାଶ ପ୍ରମୂଖ ଜାତୀୟ ଯୁବ ଦିବସ ପାଳନର ଉଦ୍ଦେଶ୍ୟ ଓ ମହତ୍ତ୍ୱ ପ୍ରତିପାଦନ କରିଥିଲେ । ଶିକ୍ଷକ ନୃସିଂହ ଚରଣ ସାହୁ, ତରୁଣ କୁମାର ଭଟ୍ଟାଚାର୍ଯ୍ୟ, ତପନ କୁମାର ମିଶ୍ର, ସନ୍ତୋଷ କୁମାର ଖିଲାର, ସୋମନାଥ ଯେନା, ସ୍ୱର୍ଣ୍ଣଲତା ପାଣିଗ୍ରହୀ, ବସୁମତି ଧଳ, ଅପରାଜିତା ଦାସ, ସୁକାନ୍ତି ସାହୁ. ଜୟନ୍ତୀ ତିଆଡି, ଉଷାରାଣୀ ସାହୁ, ଉର୍ବଶୀ ଦାସ, ପ୍ରତିମା ସ୍ୱାଇଁ, ମାନସୀ ପାଢୀ, ବେବିସ୍ମିତା ମହାନ୍ତି, ମିତାଞ୍ଜଳି ନାୟକ, ଶିରୋମଣି ମହାପାତ୍ର, ରୂପେଶ ଦାସ, ବିଜୟଲକ୍ଷ୍କ୍‌ୀ ନନ୍ଦୀ ଓ ପ୍ରକାଶ ଚନ୍ଦ୍ର ପଣ୍ଡା ପ୍ରମୂଖ ଉପସ୍ଥିତ ରହି ଉତ୍ସବଟିକୁ ସଫଳ କରାଇଥିଲେ । ଶେଷରେ ଆୟୋଜକ ରବିନାରାୟଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.