Home ଜିଲ୍ଲା ପରିକ୍ରମା ଚରମ୍ପା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପରିବାର, ତରଫରୁ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଓ ଯୁବ...

ଚରମ୍ପା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପରିବାର, ତରଫରୁ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଓ ଯୁବ ଦିବସ ପାଳିତ

85

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଚରମ୍ପା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ସଂସ୍ଥା ଦ୍ୱାରା ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଓ ‘ଯୁବ ଦିବସ’ ପାଳିତ ହୋଇ ଯାଇଛି । ମହାବିଦ୍ୟାଳୟର ସଭାଗୃହରେ ଅଧ୍ୟକ୍ଷ ପ୍ରାଧ୍ୟାପକ ବ୍ରଜ କିଶୋର ବଳ ମହୋଦୟଙ୍କ ସଭାପତିତ୍ୱରେ ଏବଂ ତିନୋଟି ୟୁନିଟର ପ୍ରୋଗ୍ରାମ ଅଫିସର ଡ. ଉତ୍ପଳା ନାୟକ, ଡ. ରମେଶ ଚନ୍ଦ୍ର ଦାସ ଏବଂ ମନୋଜ କୁମାର ମହାଳିକଙ୍କ ପରିଚାଳନାରେ ଏହି ଉତ୍ସବ ପାଳନ କରାଯାଇଥିଲା । ଦୀର୍ଘ ୧୦ ମାସର ବ୍ୟବଧାନ ପରେ କରୋନା ମହାମାରୀର ପ୍ରକୋପ କମିବା କାରଣରୁ ଏହି ଉତ୍ସବରେ ଶତାଧିକ ସ୍ୱେଚ୍ଛାସେବୀ ଓ ସେବିକା ଯୋଗ ଦେଇଥିଲେ । ମହିଳା ବିଭାଗର ପ୍ରୋଗ୍ରାମ ଅପିସର ତଥା ଇତିହାସ ବିଭାଗର ବିଭାଗୀୟ ମୁଖ୍ୟା ଡ. ଉତ୍ପଳା ନାୟକ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ, ତାଙ୍କର ନୀତି ଏବଂ ଯୁବପିଢିଙ୍କ ଦେଶ ମାତୃକା ପ୍ରତି କର୍ତ୍ତବ୍ୟ ସମ୍ପର୍କରେ ଅଭିଭାଷଣ ରଖିଥିଲେ । ପୁରୁଷ ବିଭାଗର ପ୍ରୋଗ୍ରାମ ଅଫିସର ତଥା ଓଡ଼ିଆ ବିଭାଗର ମୁଖ୍ୟ ଡ. ରମେଶ ଚନ୍ଦ୍ର ଦାସ ସ୍ୱାମୀ ବିବେକାନନ୍ଦଙ୍କ ‘ନବ ଜାଗରଣ’ ତଥା ‘ସନାତନ ଧର୍ମ’ ବିଷୟରେ ଦେଇଥିବା ଦିଗ୍‌ଦର୍ଶନ ବିଷୟରେ ବକ୍ତବ୍ୟ ରଖିଥିଲେ ।

ଅନ୍ୟତମ ପ୍ରୋଗ୍ରାମ ଅଫିସର ତଥା ରାଜନୀତି ବିଭାଗର ଅଧ୍ୟାପକ ମନୋଜ କୁମାର ମହାଳିକ ସ୍ୱାମୀ ବିବେକାନନ୍ଦଙ୍କ ଆମେରିକା ଗସ୍ତ ସମୟରେ ଚିକାଗୋ ଧର୍ମ ସମ୍ମିଳନୀରେ ଅଭିଭାଷଣର ବ୍ୟାଖା କରିଥିଲେ । ଅଧ୍ୟକ୍ଷ ପ୍ରାଧ୍ୟାପକ ଶ୍ରୀଯୁକ୍ତ ବଳ ତାଙ୍କ ବକ୍ତବ୍ୟରେ ସ୍ୱାମୀଜୀ କିପରି ରାମକୃଷ୍ଣ ପରମହଂସଙ୍କ ବ୍ୟକ୍ତିତ୍ୱରେ ଆକର୍ଷିତ ହୋଇଥିଲେ ତଥା ଦକ୍ଷିଣେଶ୍ୱରୀ କାଳୀଙ୍କର ଶାନ୍ତ କମନୀୟ ମୂର୍ତ୍ତି ସ୍ୱାମୀ ବିବେକାନନ୍ଦଙ୍କ ଭୟ ଭ୍ରାନ୍ତିକୁ ଦୂରେଇ ଦେଇଥିଲା ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଜୋଲୋଜୀ ବିଭାର ମୁଖ୍ୟା ପ୍ରାଧ୍ୟାପିକା ବାସନ୍ତୀଲତା ନାୟକ ସ୍ୱାମୀଜୀଙ୍କର ସମାଜ ପ୍ରତି ଥିବା ଅବଦାନ ବିଷୟରେ ଜଣାଇଥିଲେ । ଅର୍ଥନୀତି ବିଭାଗର ଅଧ୍ୟାପକ ସୁବ୍ରତ କୁମାର ଦାସ ସ୍ୱାମୀ ବିବେକାନ୍ଦଙ୍କ ମୁଖ ନିସୃତ ବାଣୀ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା କରାଯାଇଥିଲା । ତୃତୀୟବର୍ଷର ଛାତ୍ର ସଞ୍ଜୟ କୁମାର ବେହେରା ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । କୁମାରୀ ସୁଭଦ୍ରା ଓ କୁମାରୀ ସୋନାଲୀ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.