Home ଜିଲ୍ଲା ପରିକ୍ରମା ବିନା ଲାଇସେନ୍ସରେ ଚାଲୁଛି କଳ

ବିନା ଲାଇସେନ୍ସରେ ଚାଲୁଛି କଳ

91

ନୟାଗଡ଼, ୨୧ା୩(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ନୟାଗଡ଼ ଜିଲ୍ଲାରେ ବିନା ଲାଇସେନ୍ସରେ ଅନେକ ଚାଉଳ କଳ ଓ ସିଲଭର ଫ୍ୟାକ୍ଟି ଚାଲୁଥିବାରୁ ବିଭିନ୍ନ ସମୟରେ ବହୁ ଦୁର୍ଘଟଣାମାନ ଘଟି ଅନେକ ଶ୍ରମିକମାନଙ୍କର ଜୀବନ ହାନୀ ଘଟୁଥିବା ଅଭିଯୋଗ ହେଉଛି। ଏହି ଫ୍ୟାକ୍ଟିମାନଙ୍କ ପ୍ରତି ସରକାରୀ ସ୍ତରରେ କୌଣସି କଟକଣା ନଥିବାରୁ ଫ୍ୟକ୍ଟି ମାଲିକମାନେ ନିର୍ବିଘ୍ନରେ କଳମାନ ଚଳାଇ ଚାଲିଛନ୍ତି। ଜିଲ୍ଲାରେ ୨୧ଟି ଚାଉଳ କଳ ଥିବାବେଳେ ସେଥିମଧ୍ୟରୁ ମାତ୍ର ୯ଟି ଚାଉଳ କଳକୁ ସରକାରୀ ଲାଇସେନ୍ସପ୍ରାପ୍ତ ମିଳିଛି। ସେହିପରି ବହୁ ସିଲଭର ଫ୍ୟାକ୍ଟି ଅବାଧରେ ଚାଲିଥିବାବେଳେ ମାତ୍ର ୫ଟିକୁ ଲାଇସେନ୍ସ ମିଳିଛି। ବର୍ଷ ବର୍ଷ ଧରି ଏପରି ଅବାଧରେ ଏହିସବୁ ଫ୍ୟାକ୍ଟି୍ର ଚାଲିଥିବାବେଳେ ପୁଲିସ ପକ୍ଷରୁ ବା ବିଭାଗ ପକ୍ଷରୁ କୌଣସି ଖାନ୍ ତଲାସି ନଥିବା ନେଇ ଗୁରୁତର ଅଭିଯୋଗ ହେଉଛି। ଯାହାକି ଦୁର୍ଘଟଣାରେ ଶ୍ରମିକମାନଙ୍କର ମୃତ୍ୟୁ ହେଲେ କେହି ଶୁଣିବାକୁ ନଥିବା କୁହାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.