Home ଜିଲ୍ଲା ପରିକ୍ରମା ନୟାଗଡ଼ ଜିଲ୍ଳା ପ୍ରାଥମିକ ଶିକ୍ଷକ(ଏକ୍ସ କ୍ୟାଡର)ସଂଘ ପୂନର୍ଗଠନ

ନୟାଗଡ଼ ଜିଲ୍ଳା ପ୍ରାଥମିକ ଶିକ୍ଷକ(ଏକ୍ସ କ୍ୟାଡର)ସଂଘ ପୂନର୍ଗଠନ

92

ନୟାଗଡ଼, ୨୧ା୩:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ(ଏକ୍ସ କ୍ୟାଡର)ସଂଘର ନୂତନ କର୍ମକର୍ତ୍ତା ପୁନର୍ଗଠନ ହୋଇଛି। ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ଅନୁଷ୍ଠିତ ଏକ ସାଂଗଠନିକ ସଭାରେ ଜିଲ୍ଲାର ୮ଟି ବ୍ଳକର କର୍ମକର୍ତ୍ତା ଯୋଗଦେଇ ଏହି ପୁନର୍ଗଠନ କରିଥିଲେ। ସରକାର ଗଣଶିକ୍ଷକ ମାନଙ୍କୁ ନିୟମିତ କରିଥିବାରୁ ସଂଘ ପକ୍ଷରୁ ସରକାରଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରାଯାଇଥିଲା। ନୂତନଭାବେ କରାଯାଇଥିବା ଏହି କମିଟିରେ ସଭାପତିଭାବେ ଉମେଶ କୁମାର ସ୍ୱାଇଁ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବାବେଳେ ସଂପାଦକଭାବେ ଲକ୍ଷ୍ମୀଧର ପାଇକରାୟ, କାର୍ଯ୍ୟକାରୀ ସଭାପତି ପବିତ୍ର ମୋହନ ପ୍ରଧାନ, ଉପସଭାପତି ରମେଶ ଚନ୍ଦ୍ର ସାହୁ, ଯୁଗ୍ମ ସଂପାଦକ ସାନୁଜ ସାମଲ, ସହ ସଂପାଦକ କାର୍ତ୍ତିକ ସେଣ, କୋଷାଧ୍ୟକ୍ଷ ସୁକାନ୍ତ କୁମାର ଦାଶ ଏବଂ ଉପଦେଷ୍ଟା ଭାବେ ଦେବେନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ନିର୍ବର୍ାଚିତ ହୋଇଛନ୍ତି। ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟାକୁ ସରକାରଙ୍କ ନଜରକୁ ଆଣି ସମାଧାନ କରିବାରେ ଏହି ନୂତନ କମିଟିର କର୍ମକର୍ତ୍ତା କାର୍ଯ୍ୟ କରିବେ ବୋଲି ସଂଘ ଆଶା ପୋଷଣ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.