Home ଜିଲ୍ଲା ପରିକ୍ରମା ବିଧାୟକଙ୍କ ଦ୍ୱାରା ୧୦୮ର ଶୁଭାରମ୍ଭ

ବିଧାୟକଙ୍କ ଦ୍ୱାରା ୧୦୮ର ଶୁଭାରମ୍ଭ

24

ବାହାନଗା,୨ା୧(ଭାରତୀ ଦାସ / ଓଡ଼ିଆ ପୁଅ) : ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇ ବିଭିନ୍ନ ରୋଗୀ ସେବା ପାଇଁ ବିଭିନ୍ନ ସହଜ ଉପାୟ କରି ରୋଗୀ ମାନଙ୍କୁ ସୁବିଧା ସୋଯୋଗ ମାନ ଯୋଇ ଦେବାକୁ ବିଭିନ୍ନ ପ୍ରୟାସ କରି ଚାଲିଛନ୍ତି । ସେହି ପରିପ୍ରେକ୍ଷିରେ ବାଲେଶ୍ୱର ଜିଲ୍ଲା ବାହାନଗା ସଦର ମହକୁମା ଇଚ୍ଛାପୁର ଠାରେ ଥିବା ବାହାନଗା ପିଏଚସି(ନ୍ୟୁ) ପାଇଁ ସରକାର ଏକ ୧୦୮ ଆମ୍ବୁଲାନ୍ସ ସେବା ଯୋଗାଇ ଦେଇ ଥିବା ବେଳେ ତାହାକୁ ଶନିବାର ଦିନ ସୋର ବିଧାୟକ ପର୍ଶୁରାମ ଧଡ଼ା ସ୍ୱା ସ୍ଥ୍ୟ କେନ୍ଦ୍ର ପରିସରରେ ପହଞ୍ଚି ଏହାର ଶୁଭ ଉଦଘାଟନ କରିଥିଲେ । ଔପଚାରିକ ମଧ୍ୟରେ ପୂଜାର୍ଚ୍ଚନା କରାଯାଇ ନଡିଆ ବାଡ଼େଇ ସବୁଜ ପତାକା ଦେଖାଇ ଏହାର ଶୁଭ ଉଦଘାଟନ କରିଥିଲେ । ତା ସହ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ବିଧାୟକଙ୍କୁ ଅଭିନନ୍ଦନ ଜଣାଇବା ସହ ଅଞ୍ଚଳବାସୀ କୃତଜ୍ଞତା ଜଣାଇଛନ୍ତି ।  କାର୍ଯ୍ୟକ୍ରମରେ କୋଡ଼ିନେଟର ଅଶୋକ କୁ. ବାରିକ ଓ ଆୟୁଷ ଡାକ୍ତର କ୍ଷୀରୋଦ ଚନ୍ଦ୍ର ଦାସଙ୍କ ସହ ଅଞ୍ଚଳରୁ ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.