Home କେନ୍ଦୁଝର ବିଧାୟକଙ୍କ ଦ୍ୱାରା ସେଲଫି ପଏଣ୍ଟର ଭିତ୍ତିପ୍ରସ୍ଥର ସ୍ଥାପନ

ବିଧାୟକଙ୍କ ଦ୍ୱାରା ସେଲଫି ପଏଣ୍ଟର ଭିତ୍ତିପ୍ରସ୍ଥର ସ୍ଥାପନ

32

ହାଟଡିହି- ୮ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ଦ୍ୱାରା ଛେନାପଦି-ହଦଗଡ ରାସ୍ତାର ବଉଳା ପାହାଡ ଉପରେ ଏକ ସେଲଫି ପଏଣ୍ଟର ଭିତ୍ତି ପ୍ରସ୍ଥର ସ୍ଥାପନ କରାଯାଇଛି । ଆଞ୍ଚଳିକ ଯୁବ ପରିଷଦ ହାଟଡିହି ପକ୍ଷରୁ ‘ଉଇ ଲଭ ହାଟଡିହି’ ଲେଖା ଥିବା ଏହି ସେଲଫି ପଏଣ୍ଟ ନିର୍ମାଣ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ଆଞ୍ଚଳିକ ଯୁବ ପରିଷଦର ସଭାପତି ଚିନ୍ମୟ ନାୟକ, ସମ୍ପାଦକ ଚିତ୍ତରଞ୍ଜନ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର‌୍ୟ୍ୟକ୍ରମରେ ବିଧାୟକ ଶ୍ରୀ ସେଠୀ ଯୋଗଦେଇ ନଡିଆ ଭାଙ୍ଗି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ହଦଗଡ ଗଡଚଣ୍ଡୀ ପର‌୍ୟ୍ୟଟନ କ୍ଷେତ୍ରକୁ ଯାଉଥିବା ପର‌୍ୟ୍ୟଟକ ମାନେ ଏହାକୁ ଉପଭୋଗ କରିପାରିବେ ବୋଲି ବିଧାୟକ ଶ୍ରୀ ସେଠୀ ମତବ୍ୟକ୍ତ କରିଥିଲେ । ଆଗାମି ନୁଆବର୍ଷ ଦିନ ଏହାକୁ ଉଦଘାଟନ କରାଇବା ପାଇଁ ଲକ୍ଷ ରଖାଯାଇଥିବା ସମ୍ପାଦକ ଚିତ୍ତ ରଞ୍ଜନ ପାତ୍ର ସୁଚନା ଦେଇଥିବାବେଳେ ବିଶେଷକରି ଯୁବ ପିଢ଼ୀମାନେ ଏଥିପ୍ରତି ବେଶି ମାତ୍ରାରେ ଆକର୍ଷିତ ହେବେ ବୋଲି ସଭାପତି ଚିନ୍ମୟ ନାୟକ କହିଛନ୍ତି । ଏହି କାର‌୍ୟ୍ୟକ୍ରମରେ ରବିନ୍ଦ୍ର କୁମାର ସାହୁ, ବାବୁଲି ପଟ୍ଟନାୟକ, ସୁଧାକର ଓଝା, ଗୌରାଙ୍ଗ ରଣା, ବିଜୟ କୁମାର ମଲ୍ଲିକ, ପ୍ରଦୀପ ଜେନା, ବଳରାମ ଜେନା, କୁଳମଣି ରାଉତ, ଶିବାନନ୍ଦ ନାୟକ, ସିହାଶୁଂ ଦାସଙ୍କ ସମେତ ଅନେକ ଲୋକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.