Home ଓଡ଼ିଶା ଅମାନିଆଁଙ୍କୁ ତଣ୍ଡ ଅସୁରକୁମାରୀ ଓ ମଣିନାଗ ପୀଠରେ ଭୋଜି ଭାତ ବନ୍ଦ

ଅମାନିଆଁଙ୍କୁ ତଣ୍ଡ ଅସୁରକୁମାରୀ ଓ ମଣିନାଗ ପୀଠରେ ଭୋଜି ଭାତ ବନ୍ଦ

41

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୧/୦୧- ରାଜ୍ୟରେ  କରୋନାର ଦ୍ୱିତୀୟ ଲହର କମିନଥିବା ବେଳେ ଓମିକ୍ରନ ରୁ ରକ୍ଷା ପାଇଁ ସରକାର ନୂଆବର୍ଷ ରେ ଭୋଜି , ପିକ୍‌ନିକ୍ ବନ୍ଦ କରିବା ପାଇଁ କଟକଣା ଜାରି କରିଛନ୍ତି । ରଣପୁର ଥାନା ଅଂଚଳରେ ଅସୁରକୁମାରୀ ପୀଠ ଓ ମଣିନାଗ ପିଠରେ ଭୋଜି ଭାତ ଚାଲିଥିବା ପୋଲିସ ନିକଟକୁ ଖବର ଆସିଥିଲା ।

ତେଣୁ ରଣପୁର ଥାନା ନିରୀକ୍ଷକ ଜ୍ୟୋତି ପ୍ରକାଶ ପଣ୍ଡା ଓ ଉପ ନିରୀକ୍ଷକ ପ୍ରତି ପ୍ରକାଶ ମହାନ୍ତି ସଦଳବଳେ ମଣିନାଗ ଓ ଅସୁରକୁମାରୀ ପୀଠରେ ଚଢାଉ କରିଥିଲେ । ଅସୁରକୁମାରୀ ପୀଠରେ ୧୫ ଗୋଟି ଭୋଜି କରୁଥିବା ଦଳ ଓ ମଣିନାଗ ପୀଠରେ ୫ ଟି ଭୋଜି କରୁଥିବା ଦଳଙ୍କ ଉପରେ ଚଢାଉ କରି ୧୦ ହଜାର ଟଙ୍କା ଜୋରିମାନା ଆକାରରେ ତଣ୍ଡ ଆଦାୟ କରିଥିବା ଜଣାପଡିଛି ।  ପୋଲିସର ଏହି ଚଢାଉ ଫଳରେ ଶହ ଶହ ସଂଖ୍ୟାରେ ନୂଆବର୍ଷ ପାଇଁ ଭୋଜିଭାତ କରିବାକୁ ଆସୁଥିବା ଦଳ ଭୟରେ ପଳାଇ ଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.