Home ଜିଲ୍ଲା ପରିକ୍ରମା ବିଦ୍ୟୁତ ଟ୍ରାନ୍ସଫର୍ମରରେ ପୋଡ଼ିଗଲେ ପ୍ରଦ୍ୟୁମ୍ନ, ହାତ ହରାଇ ଅକର୍ମା ହୋଇ ବସିଛନ୍ତି ଘରେ

ବିଦ୍ୟୁତ ଟ୍ରାନ୍ସଫର୍ମରରେ ପୋଡ଼ିଗଲେ ପ୍ରଦ୍ୟୁମ୍ନ, ହାତ ହରାଇ ଅକର୍ମା ହୋଇ ବସିଛନ୍ତି ଘରେ

22

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଗୋବିନ୍ଦପୁର ଗ୍ରାମର ହରିହର ରଣାଙ୍କ ପୁଅ ପ୍ରଦ୍ୟୁମ୍ନ ସେଣ୍ଢତିରା ଫିଡ଼ର ଅଧିନସ୍ଥ ଛୟାଳସିଂ ଷ୍ଟକଚରରେ ହେଲ୍‌ପର ଭାବେ କାର୍ଯ୍ୟ କରୁଥିଲେ । ଗତ ୨୬/୧୨/୧୮ ରେ ପ୍ରଦ୍ୟୁମ୍ନ ଗୋବିନ୍ଦପୁର ଟ୍ରାନ୍ସଫର୍ମର ମରାମତି କରୁଥିବା ବେଳେ ବିଦ୍ୟୁତ୍ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ଅସାବଧାନତା ଯୋଗୁଁ ବିଦ୍ୟୁତ୍ ସ୍ୱିଚ୍ ଅନ ହୋଇଯାଇଥିଲା । ବିଦ୍ୟୁତ ଆଘାତରେ ଗୁରୁତର ହୋଇ ୨ବର୍ଷ ଧରି ସେ ମୃତ୍ୟୁସହ ସଂଗ୍ରାମ କରିଥିଲେ । ଏହି ଅଘଟଣରେ ପ୍ରଦ୍ୟୁମ୍ନ ସଂପୂର୍ଣ୍ଣ ପୋଡ଼ିଯାଇଥିଲେ । ତାଙ୍କର ବାମ ହାତ ନଷ୍ଟ ହୋଇ ଯିବା ସହ ପେଟରେ ବଡ଼ କ୍ଷତ ରହିଥିବା ବେଳେ ଡାହାଣ ଗୋଡ଼ଟି ପୋଡ଼ି ଯାଇଛି,ଫଳରେ ସେ ବର୍ତ୍ତମାନ ଶାରିରୀକ ଅକ୍ଷମ ହୋଇ ଘରେ ବସିରହି ସେ ଶର୍ଯ୍ୟାଶାୟୀ ଜୀବନ ବିତାଉଛନ୍ତି । ସେବେଠାରୁ ପ୍ରଦ୍ୟୁମ୍ନଙ୍କୁ ବିଭାଗ ଦରମା ଦେଇଆସୁଥିବା ବେଳେ ଗତ ୨୦୨୧ ଫେବୃୟାରୀ ମାସ ଠାରୁ ଟାଟା କମ୍ପାନୀ ହାତକୁ ବିଦ୍ୟୁତ ବିଭାଗ ଯିବାପରେ ହଠାତ୍ ତାଙ୍କ ଦରମାକୁ ବନ୍ଦ୍ କରି ଦିଆଯାଇଥିଲା । ସେ ଅତ୍ୟନ୍ତ ଗରିବ ଓ ଭୂମିହୀନ ପରିବାର ହୋଇଥିବାରୁ ବହୁ ଦୁଃଖ କଷ୍ଟରେ ସ୍ତ୍ରୀ ଓ ପୁଅ ଝିଅକୁ ନେଇ ରହୁଛନ୍ତି । ତାଙ୍କର ୩୦ ବର୍ଷୟ ପୁଅ ବେରୋଜଗାରୀଆ ଥିବାରୁ ତାଙ୍କ ପରିବାର ବର୍ତ୍ତମାନ ଅଭାବ ଅନଟନରେ ଜୀବନ ଅତିବାହିତ କରୁଛନ୍ତି । ପ୍ରଦ୍ୟୁମ୍ନଙ୍କୁ କ୍ଷତିପୁରଣ ପ୍ରଦାନ ସହ ତାଙ୍କ ପୁଅକୁ ବିଦ୍ୟୁତ ବିଭାଗର ଚାକିରୀ ଦେବା ପାଇଁ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ଲିଖିତ ଭାବେ ଅଭିଯୋଗ କରାଯାଇଛି । ଏ ନେଇ ସେ ମୁଖ୍ୟମନ୍ତ୍ରୀ,ଭଣ୍ଡାରିପୋଖରୀ ବିଧାୟକ,ଭଦ୍ରକ ଜିଲ୍ଲାପାଳ,ଭଦ୍ରକ ନେସ୍କୋ ଅଧୀକ୍ଷଣ ଯନ୍ତ୍ରୀ,ନିର୍ବାହୀ ଯନ୍ତ୍ରୀ,କନିଷ୍ଠ ଯନ୍ତ୍ରୀଙ୍କୁ ଲିଖିତ ଅବଗତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.