Home ଜିଲ୍ଲା ପରିକ୍ରମା ବନ୍ତ ବ୍ଲକରେ ସି.ପି.ଆଇର ଗଣବିକ୍ଷୋଭ

ବନ୍ତ ବ୍ଲକରେ ସି.ପି.ଆଇର ଗଣବିକ୍ଷୋଭ

13

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଖିଳ ଭାରତ କୃଷକ ସଭା ପ୍ରତିଷ୍ଠା ଦିବସ ଅବସରରେ ସର୍ବଭାରତୀୟ ଡ଼ାକରାରେ ଆଜି ବନ୍ତ ବ୍ଲକ ରେ ‘କୃଷି ବଞ୍ଚାଅ କୃଷକ ବଞ୍ଚାଅ’ ନେଇ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । କୃଷକ ସଭା ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ମିଳିତ ଆୟୋଜନରେ ଏହି ଗଣବିକ୍ଷୋଭ ଆରମ୍ଭରେ ଶତାଧିକ ସାଥି ସମର୍ଥକ ହାତରେ ବ୍ୟାନର,ପାର୍ଟି ପତାକା ଧରି ଥାନା ଛକ ସ୍ଥିତ ପାର୍ଟି କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ବାହାରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧି ନିତୀ ବିରୋଧରେ ସ୍ଲୋଗାନ ଦେଇଥିଲେ । ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ କୃଷକ ସଭା ନେତା ସାଥୀ ଫକୀର ଚରଣ ବିଶ୍ୱାଳଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା କରାଯାଇଥିଲା । ଏଥିରେ ସି.ପି.ଆଇ ବନ୍ତ ଜୋନ ସମ୍ପାଦକ ରମେଶ ଜେନା,ସାଥୀ ନିରଞ୍ଜନ ନାୟକ,ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ,ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା,ବାବାଜି ଚରଣ ଜେନା,ଦିଲିପ ନାୟକ,ଭାସ୍କର ଚନ୍ଦ୍ର ବେହେରା,ଉମାକାନ୍ତ ମହାପାତ୍ର,ଦୁଲ୍ଲା ଖାଁ, କିଶୋର ଚନ୍ଦ୍ର ବେହେରା,କୃଷକ ନେତା ଗୋପବନ୍ଧୁ ସେଠୀ,ନୃସିଂହ ଚରଣ ଦାସ,କୈଳାସ ଜେନା,ନୃସିଂହ ଚରଣ ପରିଡ଼ା ପ୍ରମୁଖ କୃଷକ ମାନଙ୍କ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅବହେଳା ପଦର୍ଶନ କରୁଥିବା ବେଳେ ସେମାନଙ୍କର ବାସ୍ତବ ସମସ୍ୟାକୁ ନିରାକରଣ ଦିଗରେ ପଦକ୍ଷେପ ନେଉନଥିବା ଅଭିଯୋଗ କରିଥିଲେ । ଏହି ଅବସରରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦେଶ୍ୟରେ ୧୫ ଦଫା ଦାବି ଯଥା,ସ୍ୱାମୀନାଥନ୍ କମିଶନ ରିପୋର୍ଟ କାର୍ଯ୍ୟକାରୀ କରିବା,ଧାନକୁଇଣ୍ଟାଲ ପ୍ରତି ୩ ହଜାର ଟଙ୍କା ଧାର୍ଯ୍ୟ କରିବା,ଭାଗ ଚାଷିଙ୍କୁ ଚାଷିର ମାନ୍ୟତା,ଦରଦାମ ନିୟନ୍ତ୍ରଣ,ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ଆଦି ନେଇ ଦାବିପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନିରୁଦ୍ଧ ଜେନା,ରବିନ୍ଦ୍ର ସେଠୀ,କୃଷ୍ଣ ଚନ୍ଦ୍ର ରାଉତ,ପର୍ଶୁରାମ ସ୍ୱାଇଁ,ସୁବାଷ ଚନ୍ଦ୍ର ବେହେରା,ଶ୍ରୀଧର ଜେନା,ଗଣେଷ ଜେନା,ରବିନ୍ଦ୍ର ତରେଇ ପ୍ରମୁଖ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.