Home ଜିଲ୍ଲା ପରିକ୍ରମା ବିଦ୍ୟାଳୟ ପାଚେରୀ ପୁନଃ ନିର୍ମାଣ ଦାବି କରି ଦାବିପତ୍ର

ବିଦ୍ୟାଳୟ ପାଚେରୀ ପୁନଃ ନିର୍ମାଣ ଦାବି କରି ଦାବିପତ୍ର

60

ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ଅର୍ନ୍ତଗତ ଦୋସିଙ୍ଗା ଠାରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟର ପାଚେରୀ ପୁନଃ ନିର୍ମାଣ ପାଇଁ ଦାବି କରିବାସହ ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଖବରରୁ ପ୍ରକାଶ ଦୋସିଙ୍ଗା ଅଂଚଳରେ ଏକ ବିଦ୍ୟାଳୟର ପାଚେରୀ ଗତ ଅଗଷ୍ଟ ମାସରେ ନିର୍ମାଣ କରାଯିବାର ୨ ମାସ ମଧ୍ୟରେ ଫାଟି ଯାଇଥିଲା। ଏହି ନିମ୍ନ ମାନର କାର୍ଯ୍ୟକୁ ଅଂଚଳବାସୀ ବିରୋଧ କରିବା ସହ ଆଗାମୀ ଦିନରେ କେଉଁ ମୁହୁର୍ତ୍ତରେ ଏହି ପାଚେରୀ ଭୁଷୁଡି ପଡିବାର ସମ୍ଭାବନା ଅଛି ତେଣୁ ଏହାର ପୁନଃ ନିର୍ମାଣ କରା ନଗଲେ ସେମାନେ ଆଉ ସଂପୃକ୍ତ ବିଦ୍ୟାଳୟକୁ ସେମାନଙ୍କ ପିଲା ମାନଙ୍କୁ ପାଠ ପଢିବାକୁ ଛାଡିବେ ନାହିଁ ବୋଲି ଏକ ଲିଖିତ ଅଭିଯୋଗ ଚାନ୍ଦବାଲି ବିଡିଓ ଙ୍କ ପାଖରେ କରିଛନ୍ତି। କେଉଁ ପରିସ୍ଥିତିରେ ନିମ୍ନ ମାନର କାର୍ଯ୍ୟକୁ ଦେଖି ସଂପୃକ୍ତ କନିଷ୍ଠଯନ୍ତ୍ରୀ ଏହି ପାଚେରୀ ର ବିଲ୍ ପାଶ କଲେ ତାହା ମଧ୍ୟ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.