Home ଓଡ଼ିଶା ବିଦ୍ୟାଳୟ ପରିସର ରୁ ଗଛ କଟିବା ନେଇ ଜନଅସନ୍ତୋଷ

ବିଦ୍ୟାଳୟ ପରିସର ରୁ ଗଛ କଟିବା ନେଇ ଜନଅସନ୍ତୋଷ

42

ନୟାଗଡ/୧୫/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ସରକାରୀ ଅନୁଷ୍ଠାନରୁ ଗଛ କାଟିବା ନେଇ ବିଭିନ୍ନ ନିତି ନୀୟମ ରହିଛି । ଗୋଟିଏ ବିଦ୍ୟାଳୟ ପରିଷର ରୁ ଗଛ କାଟିବା ପାଇଁ ହେଲେ କମିଟିର ରିଜୋଲିସନ୍ ସାଙ୍ଗକୁ ବନ ବିଭାଗର ଗଛ କଟା ପାଇଁ ଅନୁମତି ଆବଶ୍ୟକ । ବିନା ରିଜୋଲିସନ୍ ଓ ଅନୁମତିରେ ଗଛ କାଟିଲେ ଆଇନ୍ ଅନୁଯାଇ ଧର୍ତ୍ତବ୍ୟ ଅପରାଧ । ସେଭଳି ଏକ ଘଟଣା ଦେଖିବାକୁ ମିଳିଛି  ନୟାଗଡ ଜିଲ୍ଲା ରଣପୁର ବ୍ଲକ ଶିକ୍ଷା ବିଭାଗ ଅଧିନରେ ଥିବା ଚାନ୍ଦପୁର ରାମଚଣ୍ଡି ଉଚ୍ଚ ବିଦ୍ୟାଳୟରେ  । ବିଦ୍ୟାଳୟର ପ୍ରଦାନ ଶିକ୍ଷୟତ୍ରୀ ବିଦ୍ୟାଳୟ ପରିଷରରେ ଥିବା ୨ ଗୋଟି ବଡ ଗଛ କୁ କାଟିଦେବା ନେଇ ଚାନ୍ଦପୁର ଅଂଚଳ ର ବୃକ୍ଷ ପ୍ରେମୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଏ ସର୍ମ୍ପକେ ଚାନ୍ଦପୁର ରାମଚଣ୍ଡି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶୀମତି ଦେବୀଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ବିଦ୍ୟାଳୟରେ ମୋବଗିଚା କରିବା ପାଇଁ ଜାଗା ର ଆବଶ୍ୟକତା ଥିବାରୁ ବ୍ଲକ ଶିକ୍ଷା ଅଧିକାରୀ ଓ ସ୍କୁଲ କମିଟି କୁ ଜଣାଇ ମୁଁ ଗଛ କାଟିଦେଇଛି । ବନ ବିଭାଗ ର ଅନୁମତି ନେଇନଥିବା ସ୍ୱୀକାର କରିଛନ୍ତି । ବିଦ୍ୟାଳୟ କମିଟିର ସଭାପତି ଲିଙ୍ଗରାଜ ରଥ ଙ୍କ ସହ ଯୋଗାଯୋଗ କରିବାରେ ପ୍ରଧାନ ଶିକ୍ଷୟତ୍ରୀ ଗଛ କାଟିବା କଥା ତାଙ୍କୁ ଜଣାଇ ନଥିଲେ ବୋଲି କହିଛନ୍ତି । ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସଫଳ ହୋଇନଥିଲା । ରଣପୁର ରେଞ୍ଜର ଶରତ ଚନ୍ଦ୍ର ଶତପଥିଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ବିଦ୍ୟାଳୟ କର୍ତ୍ତୁପକ୍ଷ ଗଛ କାଟିବା ପାଇଁ ଅନୁମତି ନେଇ ନାହାଁନ୍ତି ତାଙ୍କ ସ୍କୁଲ ପରିସର ରୁ ଗଛ କାଠ ବାହାରକୁ ଚାଲାଣ ହେଲେ ତାହା ସିଜ୍ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.