Home ଅନୁଗୁଳ ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ ଅଭିଯାନ

ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ ଅଭିଯାନ

80

ତାଳଚେର,୧୫/୦୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ମର୍ଯ୍ୟଦା ପୁରୁଷୋତମ ମହାପ୍ରଭୂ ଶ୍ରୀରାମଙ୍କର ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ଭବ୍ୟ ମନ୍ଦିର ନିମନ୍ତେ ନିଧି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଯାଇଛି । ତାଳଚେର ବ୍ଲକସ୍ଥିତ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଆୟୋଜିତ ଏହି ନିଧି ସଂଗ୍ରହ ଅଭିଯାନ ଗୋପାଳପ୍ରସାଦସ୍ଥିତ ମା ହିଙ୍ଗୁଳା ମନ୍ଦିର ପରିସରରୁ ଆରମ୍ଭ ହୋଇଥିଲା । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘ, ତାଳଚେର ଶାଖାର ସଭାପତି ଅରୁଣ କୁମାର ପ୍ରଧାନ,ଜିଲ୍ଲା ସହ ବୌଦ୍ଧିକ ପ୍ରମୁଖ ସୁଭାଷ ଚନ୍ଦ୍ର ପ୍ରଧାନ,କୁମୁଣ୍ଡା ପଂଚାୟତର ସରପଂଚ ବିରଂଚି କୁମାର ସାହୁ,ତାଳଚେର ସଙ୍କୁଳ ପ୍ରମୁଖ ପ୍ରତାପ ଚନ୍ଦ୍ର ଦେହୁରୀ ଓ କଳମଛୁଇଁ ସରସ୍ୱତୀ ଶିଶୁମନ୍ଦିରର ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମା ହିଙ୍ଗୁଳାଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇ ନିଧି ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଥିଲା ।
ସିପ୍ରାରାଣୀ ପ୍ରଧାନ,ଅରୁଣ କୁମାର ପ୍ରଧାନ,ସୁଭାଷ ଚନ୍ଦ୍ର ପ୍ରଧାନ,ବିନୟ କୁମାର ମହାନ୍ତି,ପଂଚାନନ ବେହେରା,ଦିବାକର ବାରିକ,ଦମୟନ୍ତୀ ନନ୍ଦ,ବିଭୂତି ଭୂଷଣ ସ୍ୱାଇଁ,ତାଳଚେର ସୁରକ୍ଷାକର୍ମୀ ସଂଘର ସଭାପତି ଦୀନବନ୍ଧୁ ସାହୁ ପ୍ରମୁଖ ଚେକ୍ ମାଧ୍ୟମରେ ସମର୍ପଣ ରାଶି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କଳମଛୁଇଁ ଶିଶୁ ବିଦ୍ୟାମନ୍ଦିରର ବରିଷ୍ଠ ଆଚାର୍ଯ୍ୟ ଚତୁର୍ଭୂଜ ସାହୁ,ଅଜୟ କୁମାର ସାହୁ,କୁମୁଦ ଚନ୍ଦ୍ର ବେହେରା,ବସନ୍ତ ମହାନ୍ତି, କୁମୁଦ ଚନ୍ଦ୍ର ସାହୁ,ଅନୀଲ କୁମାର ସାହୁ,ବୀରେନ୍ କୁମାର ପ୍ରଧାନଙ୍କ ସମେତ ସମସ୍ତ ଗୁରୁଜୀ,ଗୁରୁମା,ଅଭିଭାବକ,ଶୁଭେଚ୍ଛୁ ତଥା ରାଷ୍ଟୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକର୍ତା କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ସୂଚନାଯୋଗ୍ୟ, ପ୍ରଭୂ ଶ୍ରୀରାମଙ୍କ ଜନ୍ନଭୂମି ଅଯୋଧ୍ୟାରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯିବାକୁ ସ୍ଥିର ହୋଇଥିବା ବେଳେ ଭାରତର ସମସ୍ତ ରାଜ୍ୟର ଜନସାଧାରଣଙ୍କ ନିକଟରୁ ନିଧି ସଂଗ୍ରହ କରାଯିବ ବୋଲି ଜଣାପଡିଛି । ଏଥିନିମନ୍ତେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଗଠନ କରାଯାଇ ଥିବାବେଳେ ପୂର୍ବ ଓଡିଶାରେ ଏହି ନିଧି ସଂଗ୍ରହ ଅଭିଯାନ ଚଳିତ ମାସ ୧୫ ତାରିଖରୁ ୩୦ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସ୍ଥିର କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.