Home ଜିଲ୍ଲା ପରିକ୍ରମା ବିଦ୍ୟାଳୟ ଛାତ୍ରବାସ ପରିସରରୁ ୮ମ ଶ୍ରେଣୀ ଛାତ୍ରର ଝୁଲନ୍ତା ମୃତଦେହ ଉଦ୍ଧାର,ଆତ୍ମହତ୍ୟା ସନ୍ଦେହ

ବିଦ୍ୟାଳୟ ଛାତ୍ରବାସ ପରିସରରୁ ୮ମ ଶ୍ରେଣୀ ଛାତ୍ରର ଝୁଲନ୍ତା ମୃତଦେହ ଉଦ୍ଧାର,ଆତ୍ମହତ୍ୟା ସନ୍ଦେହ

547

ମାଲକାନଗିରି,୧୩ା୧୧(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ କେନ୍ଦ୍ରଗୁମ୍ଫା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ଛାତ୍ରବାସରେ ରହି ୮ମ ଶ୍ରେଣୀରେ ପଢୁଥିବା ଛାତ୍ର ଭିମରାଜ ପଡିଆମି (୧୩)ଙ୍କ ଝୁଲନ୍ତା ମୃତଦେହ ଛାତ୍ରବାସ ନିକଟ ଏକ କୁସୁମ ଗଛରେ ଝୁଲୁଥିବାର ଆଜି ସକାଳେ କିଛି ପିଲାଦେଖି ଭୟଭିତ ହୋଇ ପଡିଥିଲେ।ଏ ସଂପର୍କରେ ହଷ୍ଟେଲରେ ରହୁଥିବା ଛାତ୍ରମାନେ ସଙ୍ଗେସଙ୍ଗେ ଗ୍ରାମବାସୀ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିବବ୍ରତ ସରକାରଙ୍କୁ ଜଣାଇଥିଲେ, ଶିକ୍ଷକ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଁଚିବା ବେଳକୁ ଛାତ୍ରର ଜୀବନ ଚାଲିଯାଇଥିଲା।ପ୍ରଧାନଶିକ୍ଷକ ମାଲକାନଗିରି ଥାନା ଓ ଛାତ୍ରର ବାପାଙ୍କୁ ଜଣାଇଥିଲେ।ମାଲକାନଗିରି  ଥାନା ଆଇଆଇସି ରାମପ୍ରସାଦ ନାଗଙ୍କ ନେତୃତ୍ୱରେ ମହିଳା ସବଇନିସପେକ୍ଟର ସନ୍ତୋଷି ବାରିକ, ଏଏସଆଇ ସତ୍ୟନାରାୟଣ ହୋତା, ଏଏସଆଇ ମହେଶ୍ୱର ବୁଦୁବଡେ ପୁଲିସ ସଦଳବଳ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଁଚି ଗଛରୁ ଝୁଲନ୍ତା ମୃତ ଶରୀର ଉଦ୍ଧାର କରି ମାଲକାନଗିରି ହସପିଟାଲକୁ ଶବ ବ୍ୟବଛେଦ ନିମନ୍ତେ ଫଠାଇ ଦେଇ ମାଲକାନଗିରି ଥାନା କେସ ନମ୍ବର ୩୯/୨୦୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛନ୍ତି।ବିଦ୍ୟାଳୟର ପ୍ରଧାନଶିକ୍ଷକ, ଛାତ୍ରବାସରେ ରହୁଥିବା ଅନ୍ୟଛାତ୍ର ଓ ଗ୍ରାମବାସୀ ମାନଙ୍କୁ ପୁଲିସ ପଚରା ଉଚରା ଆରମ୍ଭ କରିଦେଇଛନ୍ତି।ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ମୃତଛାତ୍ର ଭୀମରାଜଙ୍କ ନିଜଘର ତେନ୍ତୁଳିଗୁଡା ଗ୍ରାମରେ, ତାଙ୍କ ବାପାଙ୍କ ନାମ ରାମା ପଡିଆମି।ଭୀମରାଜ ଛାତ୍ରବାସରେ ରହି ପାଠ ପଢିବା ପାଇଁ ରାଜି ନଥିଲେ,ସେ ବାରମ୍ବାର ଛାତ୍ରବାସରୁ ଲୁଚି ଘରକୁ ପଳାଉଥିଲେ।ଗତ କାଲି ତାଙ୍କ ବାପା ପୁଅ ଭୀମରାଜଙ୍କୁ ଜବରଦସ୍ତ ଘରୁ ଆଣି କେନ୍ଦ୍ରଗୁମ୍ଫା ବିଦ୍ୟାଳୟ ଛାତ୍ରବାସରେ ଛାଡିଦେଇ ଯାଇଥିଲେ।ଗତ କାଲି କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ ଭୋଜି ଖାଇ ଅନ୍ୟସାଙ୍ଗ ମାନଙ୍କ ସହିତ ରାତ୍ରରେ ଭୀମରାଜ ଶୋଇପଡିଥିଲେ।ଆଜି ଭୋରୁ ୫ଟାରେ ଉଠି ସବୁ ପିଲାଙ୍କ ସହ ସେ ସକାଳର ପ୍ରାର୍ଥନା କରିସାରି ଦାନ୍ତ ଘଷିବା ପାଇଁ ବାହରକୁ ପଳାଇଥିଲେ।ସକାଳ ୭ଟାରେ ଜଣେ ପିଲା ଛାତ୍ରବାସ ନିକଟ କୁସୁମ ଓ ବରଗଛ ମୂଳକୁ ପରିଶ୍ରା କରିବା ପାଇଁ ଯାଇଥିବା ବେଳେ ଗଛ ଡାଳରେ ଭୀମରାଜ ବେକରେ ଫାସି ଲଗାଇ ଝୁଲିଥିବାର ଦେଖି ସେ ଭୟଭିତ ହୋଇ ଚିତ୍କାର କରି ଛାତ୍ରବାସକୁ ଦୌଡି ପଳାଇ ଆସି ସମସ୍ତଙ୍କୁ କହିଥିଲା।ଛାତ୍ରବାସରେ ରହୁଥିବା ଛାତ୍ରମାନେ ଗ୍ରାମବାସୀ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ।ଛାତ୍ରଜଣଙ୍କର ପାଠପଢିବା ପାଇଁ ଇଛାନଥିବା ବେଳେ ତାକୁ ଛାତ୍ରବାସରେ ଛାଡିଦିଆ ଯାଇଥିବାରୁ ସେ ମାନସିକ ଭାରସ୍ୟାମ ହରାଇ ନିଜ ଗାମୁଛାରେ ଗଛ ଡାଳରେ ଫାସିଲଗାଇ ଆତ୍ମହତ୍ୟା  କରିଥାଇ ପାରେ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।ବିଦ୍ୟାଳୟ ଛାତ୍ରବାସ ପରିସରରେ ଜଣେ ଛାତ୍ର ନିଜ ବେକରେ ଫାସିଲଗାଇ ଆତ୍ମହତ୍ୟା କରିବା ଘଟଣାକୁ ସହଜରେ ପରିବାର ଲୋକେ ଓ ଗ୍ରାମବାସୀ ମାନେ ଗ୍ରହଣ କରୁନାହାଁନ୍ତି ।  ଛାତ୍ରବାସ ଦାଇତ୍ୱରେ ଥିବା ଶିକ୍ଷକଙ୍କ ଅନୁପସ୍ଥିତି ପାଇଁ ଏପରି ଘଟିଲା ବୋଲି ଗ୍ରାମବାସୀ ମାନେ କହିଛନ୍ତି।ଛାତ୍ର ଭୀମରାଜଙ୍କ ମୃତ୍ୟୁରେ କେନ୍ଦ୍ରଗୁମ୍ଫା ବିଦ୍ୟାଳୟ ଓ ତେନ୍ତୁଳିଗୁଡା ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।ପୁଅର ମୃତ୍ୟୁରେ  ବାପା ଓ ମା ଦୁଃଖରେ ଭାଙ୍ଗିପଡିଛନ୍ତି।ସେମାନେ କେତେ ଆଶା କରିଥିଲେ ପୁଅକୁ ପାଠପଢାଇ ବଡ ମଣିଷ କରିବେ ବୋଲି ଶେଷରେ ସେହି ପାଠପାଇଁ ପୁଅର ଜୀବନଗଲା  ସେମାନଙ୍କ ଆଖିରୁ ଲୁହ ଶୁଖୁନାହିଁ,

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.