Home ଓଡ଼ିଶା ବିଦେଶୀ ମଦ ସହ ଅଟୋ ଜବତ : ଡ୍ରାଇଭର ସହ ତିନି ଜଣ ଗିରଫ

ବିଦେଶୀ ମଦ ସହ ଅଟୋ ଜବତ : ଡ୍ରାଇଭର ସହ ତିନି ଜଣ ଗିରଫ

30

ବାଲିଗୁଡା, ୩/୩ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡା ଠାରୁ ବାରଖମା ରାସ୍ତାରେ ପୁଲିସ ବିଭାଗ ତରଫରୁ ପାଟ୍ରୋଲିଂ କରୁଥିବା ସମୟରେ ବାରଖମା ରାସ୍ତାରେ ଏକ ଅଟୋ ନଂ.OD-୧୨-୯୪୨୫ କୁ ଯାଞ୍ଚ କରିଥିଲେ। ସେଥିରୁ ୧୯୨ ବୋତଲ ବିଅର ଓ ନିପ୍ ବିଦେଶି ମଦ ବାହାରିଥିଲା। ଯାହାର ଓଜନ ୪୯.୫୦୦ ଲିଟର ବୋଲି ଜଣାପଡିଛି। ଏହି ବିଦେଶୀ ମଦ ବାଲିଗୁଡ଼ା ରୁ ବାରଖମା ଯାଉଥିଲା। ଅଟୋ କୁ ଜବତ କରିବାସହ ୩ଜଣଙ୍କୁ ଗିରଫ କରିଥିଲେ। ଗିରଫ ବ୍ୟକ୍ତି ମାନେ ହେଲେ ଜୁନାଗାଁର ପୀତବାସ ସାହୁ, ବାରଖମାର ପଙ୍କଜ ନାୟକ, ଓ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ନାମରେ ଏକ ମାମଲା ନଂ.୪୩/୨୧ ରୁଜୁ କରି କୋର୍ଟ ଚାଲାଣ କରିଥିବା ନେଇ ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.